ବୟସର ଅପରାହ୍ଣ ଯୋଉଠି ଅଭିଶାପ

ବସୟର ଅପରାହ୍ଣରେ ପହଂଚିଥିବା ବାପାମା, ମଉସା ମାଉସୀ, ଜେଜେ ବାପା, ଜେଜେ ମା, ଅଜାଆଈମାନଙ୍କୁ ସୁଖଶାନ୍ତିରେ ରଖିବା ପାଇଁ ରାଜ୍ୟ ସରକାର ରାଜକୋଷରୁ କୋଟିକୋଟି ଟଙ୍କା ଖଞ୍ଜା କରିଛନ୍ତି ।

ବାର୍ଦ୍ଧକ୍ୟ ବୟସରେ ଭତା ଟଙ୍କାକୁ ଚାତକ ପରି ଅନାଇ ରହିଥିବା ବୟସ୍କ ମା’ବାପାଙ୍କୁ କଲବଲ କରିବା ସତେ ଯେପରି ବିକଶିତ ରାଜ୍ୟର ଦାରୁଣ ଅଭିଶାପ ପାଲଟିଛି ।ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ଭରତପୁରସ୍ଥିତ ଗୋପବନ୍ଧୁ ସରକାରୀ ବିଦ୍ୟାଳୟ ନିକଟରେ ବୟସ୍କ ମା’ବାପାଙ୍କୁ ବର୍ଦ୍ଧିତ ଭତା ଟଙ୍କା ଦିଆଯିବ ବୋଲି ଆଗୁଆ ସୂଚନା ଦିଆଯାଇଥିଲା । ସୂଚନା ପାଇ ସଂପୃକ୍ତ ବିଦ୍ୟାଳୟ ନିକଟକୁ ଧାଇଁ ଆସିଥିଲେ ବୃଦ୍ଧ ମା’ବାପାମାନେ ।

ସକାଳ ୭ଟାରୁ ଲାଇନରେ ଠିଆ ହୋଇଥିଲେ ମଧ୍ୟ ଅପରାହ୍ଣ ୨ଟା ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀଙ୍କର ଦେଖାଦର୍ଶନ ନଥିଲା । ଅପେକ୍ଷାରତ ବୃଦ୍ଧ ମା’ବାପାଙ୍କ ଭିତରୁ ଦୁଇଜଣ ଚେତା ହରାଇଥିଲେ ଓ ସ୍ଥାନୀୟ ଲୋକମାନେ ସେମାନଙ୍କୁ ସାଷ୍ଟାଙ୍ଗ କରିଥିଲେ ।ଦିନଟା ଯାକ ଅପେକ୍ଷାରେ କଟିଗଲା ସିନା; ଭତା ଟଙ୍କା ମିଳିଲାନି । ଏଇଟା ହିଁ ଆମ ଓଡ଼ିଶା ନବୀନ ଓଡ଼ିଶା’ର ଜୀବନଯନ୍ତ୍ରଣା ।