ରୁଷିଆକୁ ୫୦୦ ସାମଗ୍ରୀ ବାସନ୍ଦ କଲା ହ୍ୱାଇଟ୍‌ ହାଉସ

ୱାଶିଂଟନ: ରୁଷିଆ-ୟୁକ୍ରେନ ଲଢେ଼ଇକୁ ପୁରିଯାଇଛି ଦୁଇବର୍ଷ । ଏହି ଅବସରକୁ ମନେପକାଇ ଯୁକ୍ତରାଷ୍ଟ୍ର ଆମେରିକା ରୁଷିଆ ପ୍ରତି ଆହୁରି କଠୋର ଆଭିମୁଖ୍ୟ ପୋଷଣ କରିଛି ।

ପ୍ରାୟ ୫୦୦ରୁ ଅଧିକ ସାମଗ୍ରୀ ଆମଦାନୀ ଓ ରପ୍ତାନୀ ଉପରେ କଟକଣା ଲାଗୁ କରିଛି ବାଇଡେନ ପ୍ରଶାସନ ।
ଲଢେ଼ଇ ଆରମ୍ଭ ସମୟରୁ ରୁଷିଆ ସହିତ କୌଣସି ପ୍ରକାର ସଂପର୍କ ରଖିବା ଉପରେ ଆନ୍ତର୍ଜାତିକ କଟକଣା ଜାରି କରିଥିଲା ଆମେରିକା ।

ତେବେ ଚୀନ, ସଂଯୁକ୍ତ ଆରବ ରାଷ୍ଟ୍ରସଂଘ ଭଳି କିଛି ରାଷ୍ଟ୍ର ରୁଷିଆକୁ ଲୁଚାଚୋରାରେ ସହାୟତା କରୁଥିଲେ ।
ନିକଟରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ପ୍ରମୁଖ ସମାଲୋଚକ ଭାବେ ଜଣାଶୁଣା ବିରୋଧୀ ନେତା ଆଲେକ୍ସି ନାଭାଲନୀଙ୍କ ଅକାଳ ବିୟୋଗ ପାଇଁ ଆମେରିକା ରାଷ୍ଟ୍ରପତି ଜୋୟ ବାଇଡେନ ରୁଷ ରାଷ୍ଟ୍ରପତିଙ୍କୁ ଦାୟୀ କରିଛନ୍ତି ।