ବିସିସିଆଇ ତାଲିକାରୁ ବାଦ ପଡ଼ିପାରନ୍ତି ଈଶାନ, ଶ୍ରେୟାସ

ନୂଆଦିଲ୍ଲୀ: ଗତ କିଛି ମାସ ଧରି ଚାଲିଥିବା ସିରିଜ ଗୁଡ଼ିକରେ ଖରାପ ଖେଳ ପ୍ରଦର୍ଶନ କରିବା କାରଣରୁ ବିସିସିଆଇ କ୍ରୀଡ଼ା ତାଲିକାରୁ କିଛି ଖେଳାଳି ବାଦ ପଡ଼ିବାର ଆଶଙ୍କା କରାଯାଉଛି । ଭାରତୀୟ କ୍ରିକେଟ୍‌ ବୋର୍ଡ ସଂପାଦକ ଜୟ ଶାହଙ୍କ ନିକଟରୁ ଏଭଳି କିଛି ପ୍ରତିକ୍ରିୟା ଶୁଣିବାକୁ ମିଳିଛି ।
ଜୟଙ୍କ ମତରେ କିଛି କ୍ରିକେଟର ଉଭୟ ଆଇପିଏଲ ଓ ଘରୋଇ ମଇଦାନରେ ସେପରି କିଛି ଆଶାଜନକ ଚମକ ଦେଖାଇ ନାହାନ୍ତି । ସେଭଳି ଅଗାଡ଼ିମାନଙ୍କୁ ବିସିସିଆଇ ତାଲିକାରୁ ବାଦ ଦିଆଯିବା ସବୁଠାରୁ ଭଲ ହେବ ।
ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ମନୋନୟନ କମିଟି ଚୂଡ଼ାନ୍ତ ଖେଳାଳିଙ୍କ ତାଲିକା ତିଆରି କରି ସାରିଛନ୍ତି । ତାଲିକାରୁ କିଶନ ଓ ଆୟରଙ୍କ ଭଳି ଖେଳାଳିମାନେ ବାଦ୍‌ ପଡ଼ିବା ନିଶ୍ଚିତ ହୋଇଛି । ଇଶାନ ଶେଷଥର ପାଇଁ ଗତ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳିଥିଲେ । କିନ୍ତୁ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବାଦ ପଡ଼ିଥିଲେ ।