ମେଡିକାଲ କଲେଜ ପ୍ରତିଷ୍ଠା କମିଟି ଗଠନ କରାଯିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦ୍ୱିତୀୟ ପାଳି ଶାସନର ଅନ୍ତିମ ବଜେଟ୍‌ ଲୋକସଭାରେ ଆଗତ କରିବା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଏକ ସ୍ଥାୟୀ କମିଟି ଗଠନ କରିବା ବିଷୟ ଉଲ୍ଲେଖ କରିଥିଲେ ।
ସୀତାରମଣ କହିଥିଲେ ଯେ କିଛି ସ୍ୱୀକୃତିପ୍ରାପ୍ତ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଆବଶ୍ୟକୀୟ ଭିତିପ୍ରସ୍ତର ଅଭାବ ପରିଲକ୍ଷିତ ହୋଇଛି । ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ବାଧାପ୍ରାପ୍ତ ହୋଇଥିବା ଖବର ସରକାରଙ୍କ ଦୃଷ୍ଟିକୁ ଅଣାଯାଇଛି ।
ମେଡିକାଲ କଲେଜ ପ୍ରତିଷ୍ଠା କରୁଥିବା ସଂସ୍ଥାଗୁଡ଼ିକର ଆର୍ଥିକ ସ୍ଥିତି ଓ ସେମାନଙ୍କର ରୋଡ୍‌ ମ୍ୟାପକୁ ଯାଂଚ କରାଯିବା ପରେ ସ୍ୱୀକୃତି ପ୍ରଦାନ କରାଯିବା ଉଚିତ ବୋଲି ସରକାର ଭାବୁଛନ୍ତି ।
ଯୋଉ ମେଡିକାଲ କଲେଜଗୁଡ଼ିକ ସ୍ୱୀକୃତି ପାଇସାରିଛନ୍ତି; ସେଗୁଡ଼ିକର ଭିତିଭୂମିକୁ ମଜଭୁତ କରିବା ପାଇଁ ସରକାରୀ କମିଟି ପକ୍ଷରୁ ଚାପ ପକାଯିବ । ନୂତନ ମେଡିକାଲ କଲେଜ ପାଇଁ ଅନୁମତି ଦେବା ପୂର୍ବରୁ ସଂପୃକ୍ତ ସଂସ୍ଥାର ଦୃଷ୍ଟିକୋଣକୁ ଯାଂଚ କରାଯିବ ।