ରଣବୀର ସିଂ ଅଭିନୀତ ‘ଡନ୍‌-୩’ ବଜେଟ୍‌ ୨୭୫ କୋଟି!

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଡନ୍‌’ ଓ ଶାହରୁଖ ଖାନଙ୍କ ଅଭିନୀତ ‘ଡନ୍‌-୨’ ଆପଣମାନେ ଦେଖି ସାରିଛନ୍ତି । ଆଗକୁ ଆସୁଛି ‘ଡନ୍‌-୩’ । ଡନ୍‌-୩’ରେ ଡନ୍‌ ହୋଇଛନ୍ତି ରଣବୀର ସିଂ ।

ତାଙ୍କ ଯୋଡ଼ିଦାର ହୋଇଛନ୍ତି କିୟାରା ଆଡଭାନୀ । ନିର୍ମାତା ଫରହାନ ଅଖତରଙ୍କ ପ୍ରଯୋଜନାରେ ଆରମ୍ଭ ହୋଇଥିବା ‘ଡନ୍‌-୩’ ବଜେଟ୍‌ ଶୁଣିଲେ ଆପଣଙ୍କ କାନ ବିଶ୍ୱାସ କରିବ? ରଣବୀରଙ୍କୁ ବାଜି ରଖି ଫରହାନ ଏତେବଡ଼ ବଜେଟର ଚଳଚ୍ଚିତ୍ର ନିର୍ମାଣ କରିବା ଆଦୌ ବୁଦ୍ଧିମାନର କାମ ନୁହେଁ ବୋଲି ମତାମତ କାନରେ ପଡୁଛି ।

ମାତ୍ର ରଣବୀରଙ୍କ ଉପରେ ଫରହାନ ଯଦି ଏତେ ଭରସା ରଖି ପାରୁଛନ୍ତି; ଆମେମାନେ ସେଥିରେ ମୁଣ୍ଡ ଖେଳାଇବାକୁ କିଏ?ଶୁଣିବାକୁ ମିଳୁଛି, ‘ଡନ୍‌-୩’ ବଜେଟ୍‌ ୨୭୫ କୋଟି ଟଙ୍କା ରଖାଯାଇଛି ।

ଆପଣମାନେ ହୁଏତ ଜାଣି ନଥିବେ, ଶାହରୁଖଙ୍କ ଅଭିନୀତ ‘ଡନ୍‌-୨’ ବଜେଟ୍‌ ଥିଲା ୭୬ କୋଟି ।
ଅମିତାଭଙ୍କ ‘ଡନ’ ଥିଲା ୩୮ କୋଟିର ବଜେଟ୍‌ ।

ମାତ୍ର ‘ଡନ୍‌-୩’ର ବଜେଟ୍‌ ୨୭୫ କୋଟି କାହିଁକି? ଏଭଳି ପ୍ରଶ୍ନର ଜବାବରେ ଫରହାନ କହିଛନ୍ତି ଯେ ‘ଡନ୍‌-୩’ ଆନ୍ତର୍ଜାତିକ ସ୍ତରରେ ମୁକ୍ତିଲାଭ ଯୋଗ୍ୟ ଚଳଚ୍ଚିତ୍ର । ବିଦେଶୀ ଚଳଚ୍ଚିତ୍ର ଦୁନିଆ ସହିତ ଖାପ ଖୁଆଇ ଡନ୍‌-୩’କୁ ନିର୍ମାଣ କରାଯାଉଛି । ସେହି ଦୃଷ୍ଟିରୁ ବଜେଟ୍‌ ବଢ଼ିଯିବା ସ୍ୱାଭାବିକ ।