ବିଜେପି ପ୍ରଚାର ମଇଦାନରେ ଭାରତର ରାଷ୍ଟ୍ରପତି

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ପାଳି ପ୍ରଧାନମନ୍ତ୍ରୀ କରିବା ଉଦ୍ଦେଶ୍ୟରେ ଭାରତର ରାଷ୍ଟ୍ରପତିଙ୍କୁ ନିର୍ବାଚନ ପ୍ରଚାର ମଇଦାନରେ ଓହ୍ଲାଇବାକୁ ବାଧ୍ୟ କରିଛି ଭାରତୀୟ ଜନତା ପାର୍ଟି ।

ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ଗ୍ରହଣ କରିଥିବା ବରିଷ୍ଠ ରାଜନେତାଙ୍କୁ ରାଷ୍ଟ୍ରପତି ଆସନରେ ବସାଇ ଦିଆଯିବା ଏକ ସମ୍ମାନଜନକ ବ୍ୟବସ୍ଥା ।

ଏଭଳି ଏକ ସାମ୍ବିଧାନିକ ପଦବୀକୁ ପୁଣି ନିର୍ବାଚନ ପ୍ରଚାର ମଇଦାନକୁ ଟାଣି ବିଜେପି ଆଦୌ ଠିକ କାମ କରିନି ବୋଲି ଭାରତର ଜଣାଶୁଣା ରାଜନୀତି ବିଶାରଦମାନେ କହିବା ଆରମ୍ଭ କରିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେପି ପାଇଁ ଭୋଟ ମାଗିବାକୁ ରାଜି ହୋଇଛନ୍ତି । ରାଜି ହେବା ଛଡ଼ା ତାଙ୍କ ନିକଟରେ ଆଉ ବିକଳ୍ପ କିଛି ନାହିଁ କାରଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୟାରୁ ସେ ଭାରତର ପ୍ରଥମ ନାଗରିକ ହୋଇପାରିଛନ୍ତି ।

ମୋଦୀଙ୍କ ଋଣ ପରିଶୋଧ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରିସାରିଛନ୍ତି ।
ଭାରତର ରାଷ୍ଟ୍ରପତି ପଦରେ ଅଭିଷିକ୍ତ ବ୍ୟକ୍ତିମାନଙ୍କ ଭିତରୁ ଦ୍ରୌପଦୀ ମୁର୍ମୁ ଅନନ୍ୟ ଉପାଦାନରେ ଗଢ଼ା । ସେ କେବେ କାହାକୁ ଅପମାନିତ କରିନାହାନ୍ତି ବରଂ ଅପମାନକୁ ନିରବତାର ସହିତ ସହି ଯାଇଛନ୍ତି ।