ଡେଲିଭରୀ ବଏଙ୍କୁ ଅପହରଣ, ଧଉଳି ପୋଲିସର ତନାଘନା

ଭୁବନେଶ୍ୱର,(ଏସ୍ ନ୍ୟୁଜ୍)ତା ୧୨/୦୯: ଭୁବନେଶ୍ୱର ଉତ୍ତରା ଛକ ନିକଟରୁ ସ୍ୱିଗୀ ଡେଲିଭରୀ ବଏଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପତିତପାବନ ପୃଷ୍ଚି ଓ ଘର ଧଉଳି ଥାନା ବିଜୟ ନଗର ଅଞ୍ଚଳରେ। ଲିଙ୍ଗିପୁର ପାଖ ଦୟାନଦୀ ନିକଟସ୍ଥ ନିକଟସ୍ଥ ରାସ୍ତାରୁ ତାଙ୍କର ଚପଲ, ପର୍ସ, ଗଞ୍ଜି ଓ ଛୁରି ପଡ଼ିଥିବା ଦେଖିବାକୁ ମିଳିଛି।
ଫଳରେ ସନ୍ଦେହ କରାଯାଉଛି ଯେ କିଛି ଦୁର୍ବୃତ୍ତ ତାଙ୍କୁ ଅପହରଣ କରିଛନ୍ତି। କିନ୍ତୁ କିଏ, କ’ଣ ପାଇଁ ଏହି କାମ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖବରପାଇ ଧଉଳି ପୋଲିସ ତନାଘନା ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ସ୍ୱିଗି କମ୍ପାନିର ଡେଲିଭରୀ ବଏ ପତିତପାବନ ପୃଷ୍ଟି ଗତ ଶନିବାର ରାତିରୁ ଘରକୁ ଫେରି ନାହାଁନ୍ତି । ସେ ଘରକୁ ଫଠାଇଥିବା ଭଏସ୍ ମେସେଜରୁ ଜଣାପଡିଛି କେହି ଦୁବୃର୍ତ ତାଙ୍କୁ ଛୁରୀ ମାରି ଡାଲା ଅଟୋରେ ପକାଇ ନେଇ ଯାଇଛନ୍ତି । ଏଥିରେ ସେ ଲୋକେସନ୍ ମଧ୍ୟ ସେୟାର କରିଥିଲେ । ସ୍ତ୍ରୀ ଅହଲ୍ୟା ପୃଷ୍ଟିଙ୍କ ମୋବାଇଲକୁ ଭଏସ୍ ମେସେଜ୍ ଆସିବା ପରେ ଘର ଲୋକେ ସେହି ଅନୁଯାୟୀ ଖୋଜିବା ଆରମ୍ଭ କରିଥିଲେ । ବିଭିନ୍ନ ସ୍ଥାନରେ ଖୋଜ ଖବର କରିବାପରେ କୌଣସି ସନ୍ଧାନ ନ ପାଇବାରୁ ଧଉଳି ଥାନାକୁ ଯାଇଥିଲେ । ସେଠାରେ ତାଙ୍କୁ ପୁଲିସ ଲିଙ୍ଗରାଜ ଥାନାକୁ ଯିବାକୁ କହିଥିଲା ।

ସୂଚନାଯୋଗ୍ୟ ଯେ, ସେମାନେ ଲିଙ୍ଗରାଜ ଥାନାକୁ ଆସିଲେ । ସେଠାରେ ତାଙ୍କୁ ପୁଲିସ ମଧ୍ୟ କହିଥିଲା, ଆମ ଥାନା ଘଟଣା ନୁହେଁ ଧଉଳି ଥାନାକୁ ଯାଅ । ରାତି ୧୨ଟାରୁ ଧଉଳିରୁ ଶ୍ରୀ ଲିଙ୍ଗରାଜ, ଲିଙ୍ଗରାଜରୁ ଧଉଳି ଥାନା ଏପଟ ସେପଟ ହୋଇ ରାତି ପାଇଗଲା । ରବିବାର ସକାଳେ ଧଉଳି ଥାନା ଆଇଆଇସି ଉପରିସ୍ଥ ଅଫିସରଙ୍କ କହିବାନୁଯାୟୀ ପତିତପାବନଙ୍କ ପରିବାର ସାଙ୍ଗରେ ସେ ପଠାଇଥିବା ଲୋକେସନ୍ ଅନୁଯାୟୀ ଖୋଜିବାକୁ ଯାଇଥିଲେ । ଲିଙ୍ଗିପୁର ନଦୀବନ୍ଧର ଗୋଟିଏ ସ୍ଥାନରୁ ସ୍ୱିଗି ବଏଙ୍କ ଚିରା ଗଞ୍ଜି, ଚପଲ, ବ୍ୟାଗ, ପର୍ସ ଓ ଗୋଟିଏ ଛୁରୀ ମିଳିଛି । ବୋଧ ହୁଏ ସେହିଠାରୁ ପତିତପାବନଙ୍କୁ ଛୁରୀ ମାରି ଡାଲା ଅଟୋରେ ପକାଇ ନେଇ ଯାଇଛନ୍ତି । ଏହାପରେ ସେ ଡାଲା ଅଟୋ ଉପରୁ ଭଏସ୍ ମେସେଜ୍ ସ୍ତ୍ରୀ ପାଖକୁ ପଠାଇଥାଇ ପାରନ୍ତି । ଭଏସ୍ ମେସେଜ୍ରେ ମଧ୍ୟ ତାଙ୍କୁ କିଛି ଦୁବତର୍ତ ଅପହରଣ କରି ଏହି ପରିସ୍ଥିତିରେ ନେଉଥିବା ଅତି ବିକଳ ହୋଇ କହିଛନ୍ତି । ତାଙ୍କ ବାଇକ୍ କୁଆଡେ ଗଲା ତାହା ମିଳୁନଥିବାବେଳେ । ଯୁବକଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ପତା ମିଳିନଥିବା ଜଣାପଡିଛି ।