କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଶିବ କୁମାରଙ୍କ ବିରୋଧରେ ଏଫ୍‌ଆଇଆର୍‌

ବେଙ୍ଗାଲୁରୁ: କର୍ଣ୍ଣାଟକ ଲୋକାୟୁକ୍ତ ପୁଲିସ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାରଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତି ଠୁଳ ସଂପର୍କରେ ଅଭିଯୋଗ କରିଛନ୍ତି । ଶିବ କୁମାରଙ୍କ ଆୟ ବହିର୍ଭୂତ ସଂପତିର ପରିମାଣ ପ୍ରାୟ ୭୫ କୋଟି ଟଙ୍କା ହେବ । ଶିବ କୁମାରଙ୍କ ମାମଲାଟିକୁ ସିବିଆଇ ହାତକୁ ଟେକି ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ତାକୁ ଶୀତଳ ଭଣ୍ଡାରରେ ରଖି ଦିଆଯାଇଛି । ଶିବ କୁମାରଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅନୁକମ୍ପାକୁ ହାଇକୋର୍ଟରେ ଚାଲେଂଜ କରାଯାଇଛି ।

ଶୁଣିବାକୁ ମିଳୁଛି, ଶିବ କୁମାରଙ୍କ ମାମଲାଟିକୁ ଥଣ୍ଡା ପକାଇବା ପାଇଁ ଲୋକାୟୁକ୍ତଙ୍କ ଆଶ୍ରୟ ନିଆଯାଇଛି । ମାସକ ତଳେ ଶିବ କୁମାରଙ୍କ ମାମଲା ଲୋକାୟୁକ୍ତଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି ।

କର୍ଣ୍ଣାଟକର ସିଦ୍ଧରାମାୟାଙ୍କ ସରକାର ଉପ-ମୁଖ୍ୟମନ୍ତ୍ରୀ ଶିବ କୁମାରଙ୍କ ପ୍ରତି ଉଦାରତା ଦେଖାଉଛନ୍ତି ବୋଲି ବିଜେପି ବିଧାୟକ ବାସନାଗୌଡ଼ା ପାଟିଲ ୟତନାଲ ଅଭିଯୋଗ କରିଛନ୍ତି ।

ଲୋକାୟୁକ୍ତଙ୍କ ଏଫ୍‌ଆଇଆରକୁ ଚାଲେଂଜ କରି ଶିବ କୁମାରଙ୍କ ଓକିଲ ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି ।