ମାଲକାନଗିରି ଜିଲ୍ଲାପାଳ ନାଁରେ ଏତଲା


ମାଲକାନଗିରି(ଏସ ନ୍ୟୁଜ ): ମାଲକାନଗିରି ଜିଲ୍ଲାପାଳଙ୍କ ବିରୁଦ୍ଧରେ ଏତଲା । ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସଚିବ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ, ଜିଲ୍ଲାପାଳଙ୍କ ସମେତ ୪ ଜଣ କର୍ମଚାରୀଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ । ଏସଡିଜେଏମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ମୃତ ସଚୀବଙ୍କ ପତ୍ନୀ ବନଜା ପଣ୍ଡା । ଗତ ଡିସେମ୍ବର ୨୮ ତିରିଖ ଦିନ ଜିଲ୍ଲାପାଳଙ୍କ ତତକାଳିନ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ ଦେହ ସତଗୁଡା ଜଳଭଣ୍ଡାରରୁ ଉଦ୍ଧାର ହୋଇଥିଲା ।

ଜିଲ୍ଲାପାଳଙ୍କ ସମେତ ଜଣେ ଅବସର ପ୍ରାପ୍ତ କର୍ମଚାରୀ ଓ ଜଣେ ଷ୍ଟେନୋ ଓ ଜଣେ ଡାଟା ଏଂଟ୍ରି ଅପରେଟର ପିଏଙ୍କୁ ହତ୍ୟା କରି ଥିବା ନେଇ ଅଭିଯୋଗ ଆଣିଥିଲେ ଦେବନାରାୟଣଙ୍କ ପରିବାର। ଆଉ ପୁଲିସର ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ହୋଇ, ଏସଡିଜେଏମ କୋର୍ଟରେ ୪ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ନେଇ ଏକ କମ୍ପେ୍ଲନ୍ଟ କେସ ଦାୟର କରିଛନ୍ତି ଦେବନାରାଣୟ ପଣ୍ଡାଙ୍କ ପତ୍ନୀ।

ସେହିପରି ଆଗରୁ ତଦନ୍ତ ପ୍ରକ୍ରିୟାରେ ଶିଥିଳତା ନେଇ ଜାତୀୟ ମାନବାଧୀକାର କମିଶନଙ୍କ ସମେତ ବିଭିନ୍ନ ମହଲରେ ଲିଖିତ ଅଭିଯୋଗ କରିଥିଲେ ଦେବନାରାୟଣଙ୍କ ପରିବାର । ଜାତୀୟ ମାନବାଧୀକାର କମିଶନଙ୍କ ହସ୍ତକ୍ଷେପରେ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ସଫିନ ଅହମଦ ମଧ୍ୟ ଅଭିଯୋଗର ସତ୍ୟତା ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିିଛନ୍ତି ।