ରାୟଗଡା ରେଳ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କଠାରୁ ୨୧ କିଲୋ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ ଏବଂ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶର ସଞ୍ଜୟ କହର ଭାବରେ ଚିହ୍ନଟ କରାଯାଇଛି ।
ରାୟଗଡା ଅବକାରୀ ଅଧୀକ୍ଷକ ସୁଶାନ୍ତ କୁମାର ଧଳସାମନ୍ତଙ୍କ ନିର୍ଦ୍ଦେଶକ୍ରମେ, ରାୟଗଡା ଅବକାରୀ ବିଭାଗ ଶୁକ୍ରବାର ଦିନ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି । ଏବଂ ବିପୁଳ ପରିମାଣର ଗଞ୍ଜେଇ ଜବତ କରି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ଅପରେସନ ସମୟରେ ୨୧ କିଲୋ ୨୫୦ ଗ୍ରାମ ଗଞ୍ଜେଇ ଥିବା ଦୁଇଟି ଏୟାରବ୍ୟାଗ ଜବତ କରାଯାଇଥିଲା । ଗିରଫ ପରେ, ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ରାୟଗଡା ଅବକାରୀ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା ।