ଆସାମରୁ ଆତଙ୍କୀ ସଂଗଠନ ଆଇଏସ୍‌ ଭାରତ ମୁଖ୍ୟ ଫାରୁକି ଗିରଫ

ଆଇଏସଆଇଏସ ଭାରତ ମୁଖ୍ୟ ହାରିସ ଫାରୁକି ଓ ତା’ର ସହକର୍ମୀକୁ ଆସାମରୁ ଗିରଫ କରାଯାଇଛି । ପ୍ରାପ୍ତ ିସୂଚନା ମୁତାବକ ସେମାନେ ବାଂଲାଦେଶ ବାଟ ଦେଇ ଭାରତରେ ପ୍ରବେଶ କରିଥିଲେ । ବୁଧବାର ଦିନ ଆସାମର ଧୁବ୍ରି ଜିଲ୍ଲାରେ ସେମାନଙ୍କ ଗତିବିଧି ଲକ୍ଷ୍ୟ କରାଯାଇଥିଲା । ପରେ ସେମାନଙ୍କୁ ଏସଟିଏଫ୍‌ ଧର୍ମଶାଳା ଅଂଚଳରୁ ଗିରଫ କରି ଗୁଆହାଟୀ ମୁଖ୍ୟାଳୟକୁ ନେଇଯାଇଛି ।

ହାରିସ ଫାରୁକିର ଅସଲ ନାମ ଅଜମଲ ଫାରୁଖି ଓ ତା’ ଘର ଡେରାଡୁନର ଚକ୍ରତା ଇଲାକାରେ । ତା’ର ସହକର୍ମୀ ଅନୁରାଗ ସିଂ ଓରଫ ରେହାନ ଘର ପାନିପତରେ । ଅନୁରାଗ ଇସଲାମ ଧର୍ମ ଗ୍ରହଣ କରିଛି ଓ ତା’ର ପତ୍ନୀ ବାଂଲାଦେଶ ନାଗରିକ ।

ଦୁହେଁ ଭାରତରେ ଆଇଏସ ଅନୁଗାମୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଉଦ୍ୟମ ଚଳାଇଥିଲେ ।