ପଶ୍ଚିମବଙ୍ଗରୁ ମହାଠକକୁ ଗିରଫ କଲା କୋରାପୁଟ ପୁଲିସ

କୋରାପୁଟ: କୋରାପୁଟର ଜଣେ ଯୁବତୀଙ୍କ ସମେତ ଆହୁରି କିଛି ଲୋକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଠକିନେବା ଅଭିଯୋଗରେ ପୁଲିସ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଅଂଚଳରୁ ମଳୟ ମାଇତି ନାମକ ଜଣେ ଯୁବକଙ୍କୁ ଗିରଫ କରିଛି  

କମ୍ପାନୀରେ ଚାକିରି କରିବା ଆଶାରେ ଗୋଟିଏ ଦୈନିକ ଖବରକାଗଜରେ ପ୍ରକାଶିତ ବିଜ୍ଞାପନ ଦେଖି ବୋରିଗୁମ୍ମାର ମାନସୀ ମିଶ୍ର ଯୋଉ ନମ୍ବରକୁ ଫୋନ୍କଲେ, ତାହା ମଳୟ ମାଇତିଙ୍କର ନମ୍ବର ଥିଲା

ମାନସୀଙ୍କ ମନରେ ବିଶ୍ୱାସ ଜନ୍ମାଇ ମଳୟ ପ୍ରାୟ ୧୦/୧୨ ଜଣ ବ୍ୟକ୍ତିଙ୍କ ନିକଟରୁ ପ୍ରାୟ ଲକ୍ଷ ଟଙ୍କା ଚଳୁ କରିଥିଲା ଟଙ୍କା ପାଇଯିବା ପରେ ମଳୟ ଆଉ ମାନସୀଙ୍କ ଫୋନ୍ରିସିଭ୍କଲାନି ଅନ୍ୟ ବାଟ ନପାଇ ମାନସୀ ପୁଲିସଙ୍କ ନିକଟରେ ଅଭିଯୋଗ କରିଥିଲେ

ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଧରିଛନ୍ତି ଅଭିଯୁକ୍ତ ନିକଟରୁ ଲକ୍ଷ ଟଙ୍କା, ଦୁଇଟି ମୋବାଇଲ ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଜବତ କରିଛି ପୁଲିସ