ରଣଜୀ ଟ୍ରଫି ୨୦୨୪: ଭାରତୀୟ କ୍ରିକେଟ୍‌କୁ ମିଳିଲେ ଆଉ ଜଣେ ଜାଡେଜା

ନୂଆଦିଲ୍ଲୀ: ଜାଡେଜା ଶବ୍ଦଟି କାନରେ ପଡ଼ିବା ମାତ୍ରେ ଆଖି ଆଗରେ ନାଚିଯାଏ ରବିନ୍ଦ୍ର ଜାଡେଜାଙ୍କ ମୁହଁ । ଭାରତୀୟ କ୍ରିକେଟ୍‌ ଦୁନିଆର ଅଲ ରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ମଇଦାନ କାରନାମା ଅନେକଙ୍କ ମନକୁ ଛୁଇଁଯାଇଛି । ଚଳିତ ରଣଜୀ ଟ୍ରଫିରେ ଆଉ ଜଣେ ଜାଡେଜା ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ଏହି ଉଦୀୟମାନ ଜାଡେଜା ଜଣକ ଗୋଟିଏ ମ୍ୟାଚରେ ପ୍ରତିପକ୍ଷରୁ ୧୦ଟି ଯାକ ୱିକେଟ୍‌ କବ୍‌ଜା କରିଛନ୍ତି ।ଭାରତୀୟ କ୍ରିକେଟ୍‌ ଦୁନିଆର ନବୀନତାରକା ପ୍ରିୟଜିତ ସିଂ ଜାଡେଜା ଜଣେ ଦ୍ରୁତତମ ବୋଲର ଭାବେ ଉଭା ହୋଇଛନ୍ତି । ପ୍ରତିପକ୍ଷର ୧୦ଟି ଯାକ ୱିକେଟ୍‌ ହାସଲ କରିବା ପରେ ତାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଛି ।