ଜେଇଇ ମେନ୍‌ ୨୦୨୪ ପାର୍ଟ-୧ ଫଳ ପ୍ରକାଶିତ

ଜେଇଇ ମେନ୍‌ ୨୦୨୪ ପାର୍ଟ-୧ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କର ପ୍ରତୀକ୍ଷାର ଅନ୍ତ ଘଟିଛି । ଏନଟିଏ ପକ୍ଷରୁ ଜେଇଇ ମେନ୍‌ ୨୦୨୪ ପାର୍ଟ-୧ ଫଳ ପ୍ରକାଶ ପାଇଛି । ପାର୍ଟ-୧ ପରୀକ୍ଷା ପାସ୍‌ କରିଥିବା ଛାତ୍ରଛାତ୍ରୀ ଜେଇଇ ଆଡ୍‌ଭାନ୍ସଡ ପରୀକ୍ଷା ଦେଇପାରିବେ ।

ଏଥର ପ୍ରାୟ ୨୩ ଜଣ ଛାତ୍ର ଶହେକୁ ଶହେ ନମ୍ବର ପାଇଛନ୍ତି । ମାତ୍ର ଜଣେ ବି ଛାତ୍ରୀ ଶହେକୁ ଶହେ ନମ୍ବର ପାଇନାହାନ୍ତି । ରାଜ୍ୟସ୍ତରରେ ଗୁଜରାଟର ଛାତ୍ରୀ ଦ୍ୱିଜା ଧର୍ମେଶକୁମାର ପଟେଲ ୯୯.୯୯ ପାଇଛନ୍ତି ।