ଶରୀରକୁ ଦିଅନ୍ତୁ ପ୍ରଚୁର ପରିମାଣର ଭିଟାମିନ୍‌ ବି-୧୨

ଶରୀରକୁ ସୁଦୃଢ଼, ସୁସ୍ଥ ଓ କର୍ମମୁଖର କରିବା ପାଇଁ ପ୍ରୋଟିନ, କ୍ୟାଲିସିୟମ ବା ଆଇରନ୍‌ ଭଳି ପୋଷକ ତତ୍ୱ ଦରକାର ପଡ଼ିଥାଏ । କର୍ମମୟ ଜୀବନରେ ଶରୀରକୁ ପ୍ରଚୁର ପରିମାଣର ଭିଟାମିନ ବି-୧୨ ମିଳିବା ଜରୁରୀ । ଭିଟାମିନ ବି-୧୨ ଅଭାବ କାରଣରୁ ଶରୀର ଅତି ଦୁର୍ବଳ ହୋଇଯାଏ । କାମ କରିବାକୁ ଆଗ୍ରହ ଆସେନା । ଶରୀରର ପ୍ରତିଟି କୋଷକୁ କର୍ମଠ କରିବାର ଦକ୍ଷତା ଭିଟାମିନ ବି-୧୨ରେ ଅଛି ।

ଭିଟାମିନ ବି-୧୨ ଅଭାବ ହେଲେ, ଆମ ଶିରାପ୍ରଶିରା, ଧମନୀ, ଜୀବକୋଷ, ମାଂସପେଶୀରେ ନାନା ସମସ୍ୟା ଦେଖାଦିଏ । ପାଦତଳ ଜଳାପୋଡ଼ା କରେ । ହାତ ଜଳାପୋଡ଼ା କରେ । ଭିଟାମିନ ବି-୧୨ ଅଭାବ କାରଣରୁ ମଣିଷର ସ୍ମରଣଶକ୍ତି ହ୍ରାସ ପାଏ ।

ଭିଟାମିନ ବି-୧୨ ଅଭାବ ପୂରଣ ପାଇଁ ନିୟମିତ ଅଣ୍ଡା, ମାଂସ, ମାଛ ଓ ଛତୁ ଭଳି ଖାଦ୍ୟ ସେବନ କରିବା ଜରୁରୀ ।