କଟକରେ ଅପମିଶ୍ରିତ ପନିର ଜବତ। ଗତକାଲି ପୁଣି ୫୦ କୁଇଣ୍ଟାଲରୁ ଅଧିକ ଅପମିଶ୍ରିତ ପନିର ଜବତ । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ବଜାରରେ ପନିର ଚାହିଦା ଅଧିକ ରହିଛି । ତେଣୁ ଏହି ସମୟରେ ଏଭଳି ଅପମିଶ୍ରିତ ପନିର ବଜାରକୁ ଆସୁଥିବା ଫୁଡ୍ ସେଫଟି ଟିମ୍ ଅନୁମାନ କରୁଛି । ସେପଟେ ଅପମିଶ୍ରିତ ପନିର ଜବତ ଘଟଣାରେ ଜିଲ୍ଲା ସିଡିଏମଓଙ୍କୁ ଚିଠି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖିଲା ମହାନଗର ଫୁଡ୍ ସେଫଟି ଟିମ୍ ।
ନିଆଳିରୁ ଏହି ସବୁ ଅପମିଶ୍ରିତ ପନିର ଆସୁଥିବା ଜଣାପଡ଼ିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ଗତକାଲି ୬୦ କିଲୋ ଆଜି ୫୦ କୁଇଂଟାଲ ଅପମିଶ୍ରିତ ପନିର ଜବତ କରିଛି ମହାନଗର ନିଗମ ଫୁଡ୍ ସେଫଟି ଟିମ୍ ।