ଶେଷହେଲା ଶାନ୍ତି ଶୃଙ୍ଖଳା ସହିତ ଜେ ଏସ ଡବ୍ଲୁ ଏବଂ ପୋସ୍କୋ ର ଅନ୍ତିମ ଗ୍ରାମସଭା
ଗ୍ରାମସଭାରେ ଜମି ଅଧିଗ୍ରହଣ, କ୍ଷତିପୂରଣ, ପୁନର୍ବାସ ଓ ପୁନଃଥଇଥାନ ନେଇ ଆଲୋଚନା…
କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ପାଟଣା ବ୍ଲକର ଯମୁନାପୋଷି ପଞ୍ଚାୟତ ଅନ୍ତର୍ଗତ ଯମୁନାପୋଷି ଗ୍ରାମରେ ପ୍ରସ୍ତାବିତ ମେଘା ଷ୍ଟିଲ ପ୍ଲାଣ୍ଟ ପାଇଁ ଶୁକ୍ରବାର 12ତମ ଗ୍ରାମସଭା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା। ସରପଞ୍ଚ ଶଶୀଭୁଷଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗ୍ରାମସଭାରେ ଅତିରିକ୍ତ ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଅଶ୍ୱନୀ କୁମାର ନାଏକ, ଇଡକୋ ଜମି ଅଧିଗ୍ରହଣ ଅଧିକାରୀ ଜୟକୃଷ୍ଣ ପାତ୍ରସମିତି ସଭ୍ୟ ହେମଲତା ମହାନ୍ତ, ନା ଏବ ସରପଞ୍ଚ ରେଣୁବାଳା ମହାନ୍ତ, ୱର୍ଡ ମେମ୍ବତ ଜଗିରି ନାୟକ ଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।
ଗ୍ରାମସଭାରେ ଜମି ଅଧିଗ୍ରହଣ, କ୍ଷତିପୂରଣ, ପୁନର୍ବାସ ଓ ପୁନଃଥଇଥାନ ନେଇ ଆଲୋଚନା ହୋଇଥିଲା। କ୍ଷତିଗ୍ରସ୍ତ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଚାକିରି, ଉନ୍ନତ ପୁନର୍ବାସ ବ୍ୟବସ୍ଥା ଏବଂ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଦାବି ଉଠିଥିଲା। ପ୍ରଶାସନ ପକ୍ଷରୁ ପ୍ରକଳ୍ପ ସମ୍ପର୍କିତ ସମସ୍ତ ପ୍ରକ୍ରିୟା ଆଇନ ଅନୁଯାୟୀ ସ୍ୱଚ୍ଛତାର ସହ କରାଯିବ ବୋଲି ସୂଚନା ଦିଆଯାଇଥିଲା ।
ଗ୍ରାମସଭାକୁ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ଅତିରିକ୍ତ ଏସପି, ଏସଡିପିଓ ଏବଂ ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା,ତଥା କେନ୍ଦୁଝର ଏଡିସନାଲ ଏସ ପି, ଚମ୍ପୁଆ ଏସ ଡି ପି ଓ ରଶ୍ମି ରଞ୍ଜନ ସାହୁ,ଅନ୍ତର୍ଯ୍ୟାମୀ ନାୟକ, ଉଦୟ ଭାନୁ ନାୟକ ।କେନ୍ଦୁଝର ରୁ ଅଞ୍ଜନ କୁମାର ରଣାଙ୍କ ରିପୋର୍ଟ ।