ମା’ର କୁତ୍ସିତ ଚେହେରା: ପୁଅକୁ ଯୌନସଂପର୍କ ପାଇଁ ବାଧ୍ୟ କରୁଥିଲେ

ଆଜକୁ ୮ ବର୍ଷ ତଳେ ଅଚାନକ କୁଆଡେ଼ ଚାଲି ଯାଇଥିଲା ୧୭ ବର୍ଷର କିଶୋର । ପୁଲିସ ବହୁତ ଖୋଜାଖୋଜି କଲା ମାତ୍ର କୋଉଠି ପାଇଲାନି । ଆଠବର୍ଷ ପରେ ଅଚାନକ ସାମ୍ନାକୁ ଆସିବାରୁ ନିଖୋଜ ହେବାର କାରଣ ଜଣାପଡ଼ିଛି । ସେ ଦିନର ନିଖୋଜ କିଶୋର ଆଜି ୨୫ ବର୍ଷର ଯୁବକ । ତାଙ୍କୁ ଉଦ୍ଧାର କରିଥିବା ସାମାଜିକ କର୍ମୀ କହନ୍ତି, ଯୁବକ ରୁଡି ଯୌନଶୋଷଣର ଶିକାର ହୋଇଥିଲେ । ତାଙ୍କୁ ସେଭଳି ହୀନକର୍ମ ପାଇଁ ବାଧ୍ୟ କରିଥିଲେ ତାଙ୍କ ମା’ । ରୁଡି ସହିତ ଯୌନ ସଂପର୍କ ରଖିବା ପାଇଁ ତାଙ୍କ ମା’ ୮ ବର୍ଷ ତଳେ ଚାପ ପକାଇଥିଲେ।

ରୁଡି ରାଜି ନହୋଇବାରୁ ତାକୁ ଟେକ୍ସସାସ୍‌ ସ୍ଥିତ ଘରେ ବନ୍ଦୀ କରି ରଖିଥିଲେ । ତାଙ୍କ ହାତଗୋଡ଼ରେ ବେଡ଼ି ପକାଇ ଦିଆଯାଇଥିଲା । ସାମାଜିକ କର୍ମୀ କ୍ୱାନେଲ ଏକ୍ସ କହିଛନ୍ତି, ୨୦୧୫ରେ ରୁଡି ଫରିୟାସ ଆପଣା ଇଛାରେ କୁଆଡେ଼ ଚାଲି ଯାଇ ନଥିଲେ । ତାଙ୍କ ମା’ ହିଁ କଏଦୀ କରି ରଖିଥିଲେ । ତାଙ୍କୁ ଡାଡି ଓ ହଜବ୍ୟାଣ୍ଡ ପାଇଁ ବାଧ୍ୟ କରୁଥିଲେ ।

ପୁଲିସ ସୂଚନା ମୁତାବକ ୮ ବର୍ଷ ତଳେ ରୁଡି ତା’ର ଦୁଇଟି କୁକୁରକୁ ଧରି ବୁଲିବାକୁ ଯାଇଥିଲା । ୨୦୧୫ ମାର୍ଚ୍ଚ ୬ ତାରିଖ ସନ୍ଧ୍ୟା ସାଢେ଼ ୬ଟାରେ ତାକୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ୮ ବର୍ଷ ପରେ ଜୁନ ୨୯ ତାରିଖରେ ତାକୁ ସ୍ଥାନୀୟ ଚର୍ଚ୍ଚ ନିକଟରେ ଅତି ଦୟନୀୟ ଅବସ୍ଥାରେ ଦେଖିବାକୁ ମିଳିଲା ।

ରୁଡିଙ୍କ ସଂପର୍କୀୟ ଓ ପଡୋଶୀମାନେ ରୁଡିଙ୍କ ମା’ଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକଟ କରୁଥିଲେ । ସେମାନେ କହିଛନ୍ତି, ରୁଡି କେବେ ନିଖୋଜ ହୋଇ ନଥିଲା । ରୁଡିକୁ ତା’ର ଆଈ ମା’ ଅନେକ ସମୟରେ ଦେଖୁଥିଲେ । ରୁଡିଙ୍କ ମା କହିଛନ୍ତି, ରୁଡି ନିଖୋଜ ହେବାର ଖବର ପୁଲିସକୁ ଦିଆଯାଇ ନଥିଲା । ସେ ସେଭଳି କିଛି ଅପରାଧ କରିଥିବା ମୋତେ ଜଣାନାହିଁ । ପୁଲିସ ଏବେ ତାକୁ ଲୁଚାଇ ରଖିଥିବା ଅଭିଯୋଗରେ ଗିରଫ କରିବାକୁ ଚାହୁଁଛି ।