ସ୍ୱାଧୀନତା ଦିବସ ପୂର୍ବରୁ ମିଳିଲା ଦୁଇ ହଜାର ଜୀବନ୍ତ କ୍ୟାଟ୍ରିଜ

ଦିଲ୍ଲୀ ପୁଲିସର ତଦନ୍ତ ଆରମ୍ଭ…

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ୨ ଦିନ ପୂର୍ବରୁ ଦିଲ୍ଲୀ ପୁଲିସ ଦିଲ୍ଲୀ ଆନନ୍ଦ ବିହାର ଅଞ୍ଚଳରେ ରେଡ କରି ୨ ହଜାର ଜୀବନ୍ତ କ୍ୟାଟ୍ରିଜ ଜବତ କରିଛି । ଏଥିସହ ଏହି ଘଟଣାରେ ୬ ଜଣ ଯୁବକଙ୍କୁ ଗିରଫ କରିଛି । କ୍ୟାଟ୍ରିଜ ବ୍ୟତୀତ ସେମାନଙ୍କ ଠାରୁ ବିପୁର ପରିମାଣର ଗୋଳାବାରୁଦ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି । ଏମାନେ ଚୋରା ବନ୍ଧୁକ ସହ ଗୁଳିଗୋଳା ଚାଲାଣ କାରବାରରେ ସାମିଲ ଥିବା ପୁଲିସ କହିଛି । ହେଲେ ଏତେ ପରିମାଣର କ୍ୟାଟ୍ରିଜ ସେମାନେ କାହିଁକି ରଖିଥିଲେ ତାହା ଜଣାପଡ଼ିନି ।

ସ୍ୱାଧୀନତା ଦିବସ କିମ୍ବା ଏହା ପୂର୍ବରୁ କୌଣସି ବଡ଼ଧରଣର ହମଲା ପାଇଁ ଏମାନେ ଏତେ ପରିମାଣର ଜୀବନ୍ତ ଗୁଳି ରହୁଥିବା କ୍ୟାଟ୍ରିଜ ଆଣି ନଥିଲେ ତ ଏହି ସବୁ ପ୍ରଶ୍ନକୁ ଆଧାର କରି ଦିଲ୍ଲୀ ପୁଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି ।