ପ୍ରଥମ ଥର ଗୃହପାଳିତ ପଶୁଙ୍କ ଠାରେ ମଙ୍କିପକ୍ସ

ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇ ମଙ୍କିପକ୍ସ ଚିହ୍ନଟ…

ନୂଆଦିଲ୍ଲୀ: କରୋନା ଭାଇରସ ସହ ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ସଂକ୍ରମଣ ବଢିଛି । ମଙ୍କିପକ୍ସ ସଂକ୍ରମଣ ପାଇଁ ସରକାରଙ୍କ ମଧ୍ୟ ଚିନ୍ତା ବଢିବାରେ ଲାଗିଛି । ରିପୋର୍ଟ ଅନୁସାରେ ଏହି ଭାଇରସ ମନୁଷ୍ୟଙ୍କ ଠାରୁ ପଶୁଙ୍କୁ ମଧ୍ୟ ହୋଇପାରେ । ଏଭଳି ଏକ ମାମଲା ଆସିଛି । ସୂଚନାଯୋଗ୍ୟ ଏବେ ବିଶ୍ୱର ୯୪ଟି ଦେଶରେ ମଙ୍କିପକ୍ସର ୩୭,୩୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି ।

ନିକଟରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଫ୍ୟାନ୍ସର ପ୍ୟାରିସର ସୋର୍ବୋନ ବିଶ୍ୱବିଦ୍ୟାଳୟର ଗବେଷକମାନେ ମଙ୍କିପକ୍ସରେ ପୀଡିତ ୨ ବାୟୋସେକ୍ସୁଆଲ ପୁରୁଷଙ୍କ ଉପରେ ଗବେଷଣା କରିଥିଲେ । ସମାନେ ମଙ୍କିପକ୍ସରେ ପୀଡିତ ଥିଲେ । ଏହାର ପ୍ରାୟ ଦେଢ ମାସ ପରେ ତାଙ୍କର ୪ ବର୍ଷର କୁକୁରକୁ ମଧ୍ୟ ମଙ୍କିପକ୍ସ ହୋଇଥିଲା । ଯେତେବେଳେ କୁକୁରର ନମୁନା ରିପୋର୍ଟ ଆସିଲା, ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶେଷରେ କୁକୁର ମଧ୍ୟ ମଙ୍କିପକ୍ସ ଚିହ୍ନଟ ହୋଇଥିଲା ।