ଚୋର ଧରୁଧରୁ ଧରା ପଡ଼ିଗଲେ ନିଆଳି ପୁଲିସ ବାବୁ

କଟକ: ଚୋର, ପକେଟମାର ଓ ଗୁଣ୍ଡା ବଦମାସଙ୍କ ପଛରେ ଦିନରାତି ଗୋଡ଼ାଉଥିବା ଭିତରେ ନିଆଳି ଥାନା ଏଏସଆଇ ବିଜୟ କୁମାର ଭଞ୍ଜ ଅଜାଣତରେ ଭିଜିଲାନ୍ସ ବିଛାଇଥିବା ଜାଲରେ ପଡ଼ି ଯାଇଛନ୍ତି । ଗୋଟିଏ ମାମଲାର ସମାଧାନ କରିବା ପାଇଁ ଭଞ୍ଜବାବୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୨ ହଜାର ଟଙ୍କା ଗ୍ରହଣ କରୁଥିଲା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରା ପଡ଼ିଛନ୍ତି । ଭଞ୍ଜଙ୍କର ଦୁଇଟି ଠିକଣା ଉପରେ ଭିଜିଲାନ୍ସ ଚଢ଼ଉ କରିଛି ।