ଚଣ୍ଡିଗଡ଼ରେ ପେଟ୍ରୋଲ, ଡିଜେଲ ବିକ୍ରି କଟକଣା

ଚଣ୍ଡିଗଡ଼: କେନ୍ଦ୍ରଶାସିତ ଅଂଚଳ ଚଣ୍ଡିଗଡ଼ରେ ପ୍ରତି ପେଟ୍ରୋଲ ପମ୍ପରେ ଗାଡ଼ିର ଲମ୍ବା ଲାଇନ । ତୈଳ ଟ୍ୟାଙ୍କର ଚାଳକ ମହଲ ଧାରଣାରେ ଯୋଗଦାନ କରିଥିବାରୁ ପେଟ୍ରୋଲ ପମ୍ପରେ ତେଲ ସଂକଟ ଦେଖାଦେଇଛି ।

ପରିସ୍ଥିତି ମୁକାବିଲା ପାଇଁ ଚଣ୍ଡିଗଡ଼ ସରକାର ନୂତନ ଆଦେଶ ଜାରି କରିଛନ୍ତି । ତଦନୁସାରେ  ଦୁଇଚକିଆ ଯାନକୁ ସର୍ବାଧିକ ୨୦୦ ଟଙ୍କା ଓ ଚାରିଚକିଆ ଯାନକୁ ସର୍ବାଧିକ ୫୦୦ ଟଙ୍କା ପର୍ଯ୍ୟନ୍ତ ଇନ୍ଧନ ଦେବାକୁ କୁହାଯାଇଛି ।

କେବଳ ଚଣ୍ଡିଗଡ଼ ନୁହେଁ, ଦେଶର ବହୁ ସ୍ଥାନରେ ଭାରିଯାନ ଚାଳକମାନେ କେନ୍ଦ୍ର ସରକାରଙ୍କ ନୂତନ ପରିବହନ ଆଇନକୁ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।