ନବୀନଙ୍କ ଉଦାରତା: ଦାମୋଦରଙ୍କୁ ବୁଦ୍ଧି ଶିଖାଇ ଦଳକୁ ଆଣିଲେ

ଭୁବନେଶ୍ୱର: ଆଉ କେବେ କୋଉଠି କାହା ଆଗରେ ନବୀନଙ୍କ ବିରୋଧରେ ପଦୁଟେ କହିବେ ନାହିଁ ବୋଲି ହଲପ କରିବା ପରେ ଦାମୋଦରଙ୍କୁ ଦଳରେ ସାମିଲ କରିଛନ୍ତି ନବୀନ ବେଶ କିଛି ବର୍ଷ ଧରି ଗୋଠଖଣ୍ଡିଆ ଜୀବନ ଯାପନ କରିବା ଭିତରେ ଦାମୋଦର ରାଉତଙ୍କ ବୁଦ୍ଧି ଭଲ ବାଟକୁ ଆସିଛି ବିଜେଡି ବିନା ଅନ୍ୟ କୋଉ ଦଳରେ ଦାମୋଦର ଚଳି ପାରିବେନି ନବୀନଙ୍କ ମୁଣ୍ଡ ଉପରେ ବସି ଦାମୋଦର ନିଜକୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ ଭଳି ଭାବୁଥିଲେ ଦଳରୁ ତଡ଼ା ଖାଇବା ପରେ ଅନ୍ୟ ଦଳରେ ଯୋଗଦାନ କରି ନବୀନଙ୍କୁ ପାରିବା ପଣିଆ ଦେଖାଇବା ପାଇଁ ଦାମୋଦରଙ୍କୁ ବେଶ କସରତ କରିବାକୁ ପଡ଼ିଛି

ମାତ୍ର ରୋଗୀଣା ଶରୀରକୁ ଧରି ଆଉ ଲଢ଼ିବା ଅସମ୍ଭବ ବୋଲି ଦାମୋଦର ବୁଝି ପାରିଛନ୍ତି ବିଜେଡିର ଜଣେ ପେନସନଭୋଗୀ ନେତା ଭାବେ ଦାମଙ୍କୁ ଗ୍ରହଣ କରାଯାଇଛି

ଅତୀତରେ ନବୀନଙ୍କ କ୍ୟାବିନେଟରେ ରହି ନବୀନଙ୍କ ଶାସନକୁ ସମାଲୋଚନା କରୁଥିଲେ ଦାମୋଦର ଦଳରୁ ତଡ଼ା ଖାଇବା ପରେ ବିଭିନ୍ନ ସଭାରେ ଯୋଗଦାନ କରି ନବୀନଙ୍କୁ ବହେ ଗାଳିମନ୍ଦ କରିଛନ୍ତି ଦାମୋଦର ପରିଣତ ବୟସରେ ନବୀନଙ୍କ ହାତଟେକାକୁ ଆଦରି ବଂଚିବାକୁ ବାଧ୍ୟ ହୋଇଛନ୍ତି ଦାମୋଦର ସତରେ ଦାମଙ୍କ ଉଦର ବଡ଼ ଉଦାର