ଚାରିବର୍ଷ ଭିତରେ ଶେଷ ହୋଇପାରିବନି ମେଟ୍ରୋ

ଭୁବନେଶ୍ୱର:  ବାରଙ୍ଗର ରତାଗଡ଼ରେ ଯୋଉ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ତାହା ନିର୍ଦ୍ଧାରିତ ୪ ବର୍ଷ ଭିତରେ ସରିବ ନାହିଁ ବୋଲି ବରିଷ୍ଠ ବିଶେଷଜ୍ଞମାନେ କହିବା ଆରମ୍ଭ କରିଛନ୍ତି । ୨୬ କିଲୋମିଟର ବ୍ୟାପୀ ମେଟ୍ରୋ ପ୍ରକଳ୍ପ ବାଟରେ ଥିବା ପ୍ରତିବନ୍ଧକକୁ ହଟାଇବା ପ୍ରଶାସନ ପାଇଁ ମହଙ୍ଗା ପଡ଼ିବ । ପ୍ରକଳ୍ପ କାମକୁ ଯୁଦ୍ଧକାଳୀନ ଭିତିରେ କଲେ ଅତି କମରେ ୬ ବର୍ଷ ହୋଇଯିବ ଓ ତଦନୁଯାୟୀ ବ୍ୟୟ ଅଟକଳ ୮ ହଜାର କୋଟିକୁ ଛୁଇଁବ । ଯୋଉ ବରିଷ୍ଠ ବିଜ୍ଞ ଲୋକମାନେ ପ୍ରକଳ୍ପକୁ ତିଆରି କରିଛନ୍ତି; ସେମାନେ ଠିକ ଭାବେ ମୁଣ୍ଡ ଖଟାଇ ନାହାନ୍ତି କୋଲକାତା ମେଟ୍ରୋ ନିର୍ମାଣ କାମକୁ ତ୍ୱରାନ୍ୱିତ କରିଥିବା ଜଣେ ଇଞ୍ଜିନିୟର କହିଛନ୍ତି ।

ପ୍ରକଳ୍ପ ଶିଳାନ୍ୟାସ ସମାରୋହଟି ରାଜ୍ୟ ସରକାରଙ୍କ ପାଣ୍ଠିରେ ଅନୁଷ୍ଠିତ ହୋଇଥିଲା । ମାତ୍ର ସେଥିରେ ଯୋଗଦାନ କରିଥିବା ମନ୍ତ୍ରୀ ଓ ବିଧାୟକମାନେ ଦଳୀୟ ସଭାରେ ଭାଷଷ ଦେଉଥିବା ଭଳି ମନେ ହେଉଥିଲା ।

ରାଜ୍ୟରେ ପ୍ରତି ସରକାରୀ ପ୍ରକଳ୍ପରେ ରାଜ୍ୟବାସୀଙ୍କ ଟଙ୍କା ବିନିଯୋଗ କରାଯାଉଛି । ତାହାକୁ କେନ୍ଦ୍ର କରି ବିଧାୟକ ଓ ମନ୍ତ୍ରୀମାନେ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ଅନୁଚିତ । ବିଜେଡିରେ ଜଣେ ବ୍ୟକ୍ତି ମୁଣ୍ଡ ଖଟଉ ଥିଲାବେଳେ ବାକି ସବୁ ନେତା, କୁଜିନେତା ଓ କର୍ମୀମାନେ ଖଟ ମୁଣ୍ଡାଉଛନ୍ତି ।