ନିର୍ବାଚନରେ ଲଢ଼ିବେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ହନି ଟ୍ରାପ ମାମଲାରେ ଧରାପଡ଼ି ପ୍ରାୟ ୧୪ ମାସ ଧରି ଝାରପଡ଼ା ଜେଲରେ ରହିବା ପରେ ଜାମିନ ବଳରେ ମୁକୁଳିଥିବା ରହସ୍ୟମୟୀ ଅର୍ଚ୍ଚନା ନାଗ ଏବେ ନିର୍ବାଚନ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଯଦି କୌଣସି ରାଜନୈତିକ ଦଳ ତାଙ୍କୁ ଟିକେଟ୍‌ ଦେଇ ନିର୍ବାଚନରେ ଲଢ଼ିବାକୁ ସୁଯୋଗ ଦିଏ, ତେବେ ସେ ଖୁସି ମନରେ ଲଢ଼ିବେ । ସେ ଜଣେ ଆଇନ ଛାତ୍ରୀ ହୋଇଥିବାରୁ ମିଛ ମାମଲାରେ ଜେଲ ଭୋଗୁଥିବା ଅଭିଯୁକ୍ତଙ୍କୁ ଜେଲରୁ ମୁକୁଳାଇବା ପାଇଁ ଯଥାଶକ୍ତି ଉଦ୍ୟମ କରିବେ ।

ଜେଲରୁ ମୁକୁଳିବା ପରେ ଅର୍ଚ୍ଚନାଙ୍କ ନିକଟକୁ ଅଜଣା କଲ ଆସିବା ଆରମ୍ଭ ହୋଇଯାଇଛି । ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଉଛି । ତାଙ୍କ ମାମଲାରେ ତିନୋଟି ମାମଲା ବିଚାରାଧୀନ ରହିଛି ।