ସଂପାଦକୀୟ: ମହଙ୍ଗା ପଡ଼ିବ ଚୁଟି ଧରି ଭୋଟ ନେବା ଯୋଜନା

ଦେଶର ପ୍ରତି ନାଗରିକଙ୍କ ଚୁଟି ଧରି ଭୋଟ ନେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନିଜେ କୌଣସି କାମ କରୁନାହାନ୍ତି; ସରକାରୀ ହାତ ଓ ହତିଆରକୁ ଲୋକଙ୍କ ବିରୋଧରେ ପ୍ରୟୋଗ କରାଯାଉଛି ।

ବିଗତ ୧୦ ବର୍ଷ ଭିତରେ ଦେଶବାସୀଙ୍କ ବେକକୁ ଧରି ଆପଣା ମନମାନି ଚଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗରିବ ଲୋକଙ୍କୁ ସବସିଡି ଦେବା ଆଳରେ ଜିରୋ ଆକାଉଂଟ ଖୋଲିବାକୁ କୁହାଗଲା । ପରେ ସେହି ଆକାଉଂଟରେ ନିର୍ଦ୍ଧିଷ୍ଟ ପରିମାଣର ଜମାରାଶି ନରହିବା ଦୋଷରେ ଜରିମାନା କାଟିବାକୁ ବାଣିଜ୍ୟିକ ବ୍ୟାଙ୍କକୁ କୁହାଗଲା ।

ଯୁବକ ଯୁବତୀଙ୍କକୁ ସ୍ୱାବଲମ୍ବୀ କରିବା ଆଳ ଦେଖାଇ ପ୍ରତି ରାଜ୍ୟରେ ଖୋଲାଗଲା ଦକ୍ଷ କୌଶଳ ତାଲିମ କେନ୍ଦ୍ର । ତାଲିମ ପାଇଥିବା ଯୁବକ ଯୁବତୀଙ୍କ ହାତକୁ କାମ ଦିଆଗଲାନି କି ବାଣିଜ୍ୟ ପ୍ରତିଷ୍ଠାନ ଖୋଲିବା ପାଇଁ ବ୍ୟାଙ୍କ ଋଣ ସହାୟତା ନିଆଗଲାନି ।

ଷ୍ଟାର୍ଟଅପ୍‌ ପାଇଁ ମୁଦ୍ରା ଲୋନ ପ୍ରଚଳନ କରାଗଲା । ମାତ୍ର କାହାକୁ ଋଣ ଦିଆଯିବ କାହାନୁ ଦିଆଯିବନି, ତା’ର ଅଧିକାରୀ ପ୍ରତି ବ୍ୟାଙ୍କ ଅଧିକାରୀଙ୍କୁ ଦିଆଗଲା । ଫଳରେ ବାଟବଣା ହୋଇଗଲା ମୁଦ୍ରା ଲୋନ୍‌ ।

ଦେଶରୁ ଭ୍ରଷ୍ଟାଚାର ଲୋପ କରିବା ପାଇଁ ଭୋଟରମାନେ ଯୋଉ ଦଳ ବା ମେଂଟକୁ କ୍ଷମତାସୀନ କଲେ; ସେଇ ଦଳ ବା ମେଂଟ ଭ୍ରଷ୍ଟାଚାରକୁ ଜାତୀୟ କରଣ କରିଦେଲେ । ୟା’ର ପରିଣାମ ବଡ଼ ଭୟଙ୍କର ହେବ ।