୨୦୨୪ ଅଗ୍ନିପରୀକ୍ଷା: ବିଜେପି ବାଟରେ ଆଂଚଳିକ ଦଳ ପାହାଡ଼

ସମୟ ସୁଅରେ ଲୋକସଭା ନିର୍ବାଚନ ଆଡକୁ ମୁହାଁଇଛି ଦେଶ । ୨୦୨୪ ମସିହାରେ ଲୋକସଭା ସମେତ ଝାଡ଼ଖଣ୍ଡ, ମହାରାଷ୍ଟ୍ର, ହରିୟାଣା, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭା ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଛି । କେନ୍ଦ୍ରରେ କ୍ଷମତାସୀନ ଏନଡିଏ ମେଂଟର ପ୍ରତିଟି ଚାଲ ବିଜେପି ଉପରେ ନିର୍ଭରଶୀଳ ।

ଓଡ଼ିଶାରେ ବିଜେଡି, ଆନ୍ଧ୍ରପ୍ରଦେଶରେ ୱାଇଆରଏସ୍‌ କଂଗ୍ରେସ କ୍ଷମତାସୀନ ଥିଲାବେଳେ ଅରୁଣାଚଳ ପ୍ରଦେଶରେ ବିଜେପି କ୍ଷମତାସୀନ ଅଛି । ସିକିମ ବିଧାନସଭାରେ ବିଜେପି ଶୂନ । ସିକିମରେ ଏନଡିଏ ଅନ୍ତର୍ଭୁକ୍ତ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା କ୍ଷମତାସୀନ ଅଛି । ଲୋକସଭା ସହିତ ଯୋଉ ରାଜ୍ୟଗୁଡ଼ିକରେ ବିଧାନସଭା ନିର୍ବାଚନ ହେବ, ତା’ ଭିତରୁ କୌଣସି ରାଜ୍ୟ କଂଗ୍ରେସ ବା କଂଗ୍ରେସ ନେତୃତ୍ୱାଧୀନ ମେଂଟଭୁକ୍ତ ନୁହେଁ ।

ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ନିର୍ବାଚନରେ ବିଜେପି ଯେତିକି ସଫଳତା ହାସଲ କରିପାରିଛି । ଓଡ଼ିଶା, ଆନ୍ଧ୍ରପ୍ରଦେଶରେ ବିଜେପିକୁ ସେତିକି ବିଫଳତା ମିଳିବାର ଆଶଙ୍କା କରାଯାଉଛି ।