ନାବାଳିକାଙ୍କୁ ନର୍କକୁ ଠେଲିଦେଲେ ୧୨ ପିଶାଚ

ଭୁବନେଶ୍ୱର: ଦେଶରେ ବଳାକ୍ରାର ଭଳି ବିଭତ୍ସ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ମାତ୍ରେ ଆଖି ଆଗରେ ନାଚିଯାଏ ଦିଲ୍ଲୀର ନିର୍ଭୟା ମାମଲା । ୨୦୧୨ ମସିହାରେ ୫ ଜଣ ପିଶାଚ ଜଣେ ନିରୀହ ଝିଅ ସହିତ ଯୋଉ ନାରକୀୟ କାଣ୍ଡ କରିଥିଲେ; ତାହା ସାରାଦେଶକୁ କନ୍ଦାଇ ଦେଇଥିଲା ।

ଏବେ ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ପୁଣି ଏକ ଭୟଙ୍କର ଗଣଦୁଷ୍କର୍ମ ଘଟଣା ଦୃଷ୍ଟିକୁ ଆସିଛି । ବିଶାଖାପଟନମରେ ରହି କାମ କରୁଥିବା ଓଡ଼ିଶାର ଜଣେ ନାବାଳିକାଙ୍କୁ ପ୍ରଥମେ ତାଙ୍କ ପ୍ରେମିକ ଉପଭୋଗ କଲା । ସଂପୃକ୍ତ ପ୍ରେମିକର ଜଣେ ସାଙ୍ଗ ମଧ୍ୟ ପୀଡ଼ିତାକୁ ଜବରଦସ୍ତ ଦୁଷ୍କର୍ମ କଲା ।

ଉକ୍ତ ଘଟଣାରେ ମର୍ମାହତ ହୋଇ ପୀଡ଼ିତା ଜଣକ ଆତ୍ମହତ୍ୟା ପାଇଁ ଉଦ୍ୟମ କଲା ବେଳେ ଜଣେ ଯୁବକ ସହାନୁଭୂତି ଦେଖାଇ ତାଙ୍କୁ ଘରକୁ ନେଇଗଲା । ସେ ମଧ୍ୟ ମଉକା ଦେଖି ନାବାଳିକାଙ୍କୁ ଦୁଷ୍କର୍ମ କଲା । ସେତିକିରେ ପୀଡ଼ିତାଙ୍କ ଦୁଃଖ ଗଲାନି ।

ସଂପୃକ୍ତ ଯୁବକ ତା’ର ପ୍ରାୟ ୧୦ ଜଣ ସାଙ୍ଗକୁ ଡାକି ଆଣି ଦୁଇଦିନ ଧରି ନାବାଳିକାକୁ ମନଭରି ଉପଭୋଗ କଲେ । ବିଚାରି ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ତାଙ୍କ ଚିକ୍ରାର କାହା କାନରେ ପଡ଼ି ନଥିଲା । ଦୁଷ୍କର୍ମକାରୀମାନେ ତାଙ୍କ ପାଟିରେ କନାବିଣ୍ଡା ମାରି ଦେଇଥିଲେ ।

ରାକ୍ଷସଙ୍କ କବଳରୁ କୌଣସି ମତେ ଜୀବନ ବଂଚାଇ ନାବାଳିକା ଜଣକ ତାଙ୍କ ଗ୍ରାମରେ ପହଂଚିଛନ୍ତି । ପରିବାର ଲୋକ ତାଙ୍କ ନିକଟରୁ ସବୁ ଶୁଣି ଥାନାରେ ଅଭିଯୋଗ କରିଛନ୍ତି । ପୀଡ଼ିତାଙ୍କ ଘର କଳାହାଣ୍ଡି ଜିଲ୍ଲାର କୌଣସି ଏକ ଗ୍ରାମରେ ।