୫୭ ବର୍ଷରେ ‘ଡ୍ୟାନ୍ସିଂ ଷ୍ଟାର୍‌’ ଗୋବିନ୍ଦା-shaksi news

ମୁମ୍ବାଇ: ୫୭ ବର୍ଷ ବୟସରେ ପାଦ ରଖିଛନ୍ତି ବଲିଉଡ୍‌ର ‘ଡ୍ୟାନ୍ସିଂ ସୁପରଷ୍ଟାର୍‌’ ଗୋବିନ୍ଦାଙ୍କ । ଗୋବିନ୍ଦ ଅରୁଣ ଆହୁଜା ହୋଇଥିଲେ ମଧ୍ୟ ଦର୍ଶକଙ୍କ ମନରେ ସେ ଗୋବିନ୍ଦା ବେଶଜ ଲୋକପ୍ରିୟ । ଗୋବିନ୍ଦାଙ୍କ ଅବର୍ଣ୍ଣନୀୟ କମେଡି ଦକ୍ଷତା ଓ ନୃତ୍ୟ କଳା ତାଙ୍କୁ ସମସ୍ତଙ୍କ ଆଗରେ ବେଶ ପରିଚିତ କରିପାରିଛନ୍ତି ।

ତେବେ ୧୯୮୬ ମସିହାରେ ସେ ବଲିଉଡ୍ ‌ଡେବ୍ୟୁ କରିବା ପରେ ଅନେକ କମେଡି ଓ ଆକ୍ସନ ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ଆଜି ଗୋବିନ୍ଦାଙ୍କ ଜନ୍ମଦିନରେ ତାଙ୍କ ସଂପର୍କିତ ,ପରିବାର ଲୋକେ ଓ ପ୍ରଶଂସକ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।

Indian Bollywood actor Govinda (R) smiles during a promotion for upcoming Hindi film Deewana Main Deewana, directed by K.C. Bokadia in Mumbai on January 28, 2013. AFP PHOTO/ STR (Photo credit should read STRDEL/AFP/Getty Images)

ସେ କ୍ୟାରିୟରରେ ନାନା ଉତ୍ଥାନପତ୍ତନ ସେ ଦେଖିଛନ୍ତି । ଗୋବିନ୍ଦାଙ୍କର ଯେଉଁ ଅନ୍ଦାଜ ୯୦ ଦଶକରେ ଦେଖିବାକୁ ମିଳୁଥିଲା ତାହା ଏବେ ଆଉ ଦେଖିବାକୁ ମିଳୁନାହିଁ । କିଛି କିଛି ସ୍ଥାନରେ ଅତିଥି ଭାବେ ଅନେକ ଥର ଗୋବିନ୍ଦାଙ୍କୁ ଡକାଯାଉଛି । କିନ୍ତୁ ଏବେ ତାଙ୍କର ଆଉ ହିଟ୍ ଫିଲ୍ମ ଦେଖିବାକୁ ମିଳୁନାହିଁ ।