ଫିଟନେସ ମନ୍ତ୍ର ବାଣ୍ଟୁଛନ୍ତି ଅଭିନେତ୍ରୀ କ୍ରିତି

ମୁମ୍ୱାଇ : ବଲିଉଡ ହଟ ଅଭିନେତ୍ରୀ କ୍ରିତି ସାନନ ଫିଟ ରହିବା ସହ ଅନ୍ୟମାନଙ୍କୁ ଫିଟନେସ୍‌? ଟିପସ ଦେଇଥାନ୍ତି । ଫିଟ ରହିବା ପାଇଁ ସେ ନିୟମିତ ଜିମ ଯାଉଥିବା ଦେଖିବାକୁ ମିଳେ । ତେଣୁ ଫିଟନେସ ସମ୍ବନ୍ଧିତ ଫଟୋ, ଭିଡିଓ ସେୟାର କରିଥାନ୍ତି ପ୍ରଶଂସକଙ୍କ ପାଇଁ । କ୍ରିତି କହିଛନ୍ତି, ସେ କେବେ ହେଲେ ଷ୍ଟ୍ରିକ୍ଟ ଡାଏଟ ଫଲୋ କରନ୍ତି ନାହିଁ । ବେଳେବେଳେ ଅଭିନୟ ପାଇଁ ଓଜନ ବଢ଼ାଇବାକୁ ହୁଏ । ଏହା ପରେ ଡାଏଟିଂ କରି ସେ ବଢ଼ାଇଥିବା ଓଜନ କମ କରିଥାନ୍ତି ।

କ୍ରିତି ଦୁଇଟି ସିଝା ଅଣ୍ଡା, ଦି’ପିସ ବ୍ରାଉନ ବ୍ରେଡ, ଜୁସ କିମ୍ବା ପ୍ରୋଟିନ ସେକ୍‌ ବ୍ରେକ ଫାଷ୍ଟରେ ଖାଇଥାନ୍ତି । ସେହିପରି ମଧ୍ୟାହ୍ନ ଭୋଜନରେ ବ୍ରାଉନ ରାଇସ୍‌ ସହ ପରିବା କିମ୍ବା ମାଛ ତରକାରୀ ସହ ଦୁଇଟି ଚପାତି ଖାଇଥାନ୍ତି ବୋଲି କ୍ରିତି କହିଛନ୍ତି । ସେହିପରି ରାତ୍ରି ଭୋଜନରେ ଚିକେନ କିମ୍ବା ସାଲ୍‌ମନ ମାଛ କିମ୍ବା ଭାତ, ଡାଲି ସହ ସାଲାଡ ଖାଇଥାନ୍ତି ।