ଟିମ ଇଣ୍ଡିଆର ଖରାପ ପ୍ରଦର୍ଶନକୁ ନେଇ ବର୍ଷିଲେ ଶାସ୍ତ୍ରୀ

ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ମ୍ୟାଚର ଟି-୨୦ ସିରିଜରେ ଭାରତୀୟ..

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ମ୍ୟାଚର ଟି-୨୦ ସିରିଜରେ ଭାରତୀୟ ଟିମର ପ୍ରଦର୍ଶନ ଖରାପ ରହିଛି । ଖରାପ ବ୍ୟାଟିଂ କାରଣରୁ ଟିମ ୪ଟି ୱିକେଟରେ ମ୍ୟାଚ ହାରିଛି । ମୋହାଲି ମୈଦାନରେ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ ୨୦୮ ରନ କରିଥିଲା । ଖରାପ ବୋଲିଂ କାରଣରୁ ହାତରୁ ମ୍ୟାଚ ଚାଲିଯାଇଥିଲା । କ୍ୟାମରୁନଙ୍କ ବିସ୍ଫୋରକ ଇନିଂସ କାରଣରୁ ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତି ସିରିଜ ୧-୦ ରେ ଆଗୁଆ ରହିଛି । ମ୍ୟାଚରେ ଖରାପ ଫର୍ମ କାରଣରୁ ପୂର୍ବତନ କୋଚ ରବି ଶାସ୍ତ୍ରୀ ଟିମ୍‌ ଇଣ୍ଡିଆକୁ କଡା ସମାଲୋଚନା କରିଛନ୍ତି ।

ସେ କହିଛନ୍ତି, ଟିମରେ ଏବେ ଯବି ଆପଣ ଦେଖିବେ, ତେବେ କୌଣସି ପ୍ରତିଭା ନାହାନ୍ତି । ରବିନ୍ଦ୍ର ଜାଡେଜା ଟିମରେ ନାହାନ୍ତି । ଏମିତି କିପରି ମ୍ୟାଚ ଜିତିବେ ଗତ ୫-୬ ବର୍ଷରେ ଭାରତୀୟ ଟିମ ପାଖରେ କେହି ଭଲ ଫିଲ୍ଡର ନାହାନ୍ତି । ବଡ ଟୁର୍ଣ୍ଣାମେଣ୍ଟରେ ଏହାର ଖରାପ ପ୍ରଭାବ ପଡିବ । କାରଣ ଫିଲ୍ଡକୁ ଯଦି ଦେଖିବା ତେବେ ପ୍ରତିଭା କେଉଁଠି ରବିନ୍ଦ୍ର ଜାଡେଜା ନାହାନ୍ତି । ମୋର କହିବା ଅନୁସାରେ, ଏହା ବହୁତ ଖରାପ । ଯେତେବେଳେ ଫିଲ୍ଡିଂ କଥା ଆସେ, ତେବେ ଆପଣଙ୍କୁ ବଡ ଟୁର୍ଣ୍ଣାମେଣ୍ଟରେ ବଡ ଟିମକୁ ହରାଇବା ଦରକାର ।