ବିସିସିଆଇ ଆଗରେ କୋଚ ଦ୍ରାବିଡ଼ ରଖିଲେ ଦୁଇଟି ସର୍ତ୍ତ

ଏସିଆ କପରେ ଟିମ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ପରେ…

ମୁମ୍ବାଇ : ଏସିଆ କପରେ ଟିମ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ପରେ କୋଚ ରାହୁଲ ଦ୍ରାବିଡ଼ଙ୍କ ଚିନ୍ତା ବଢିଯାଇଛି । ବିଶ୍ୱ କପ ପୂର୍ବରୁ ଟିମର ପ୍ରସ୍ତୁତି ନେଇ କୋଚ ରାହୁଲ ଦ୍ରାବିଡ଼ ବୋର୍ଡ ସମ୍ମୁଖରେ ଦୁଇଟି ପ୍ରସ୍ତାବ ରଖିଛନ୍ତି । ଏହି ପ୍ରସ୍ତାବକୁ ଖୁବଶୀଘ୍ର ପାଳନ କରିବାକୁ ମଧ୍ୟ ବୋର୍ଡକୁ ଅନୁରୋଧ କରିଛନ୍ତି । ତେବେ ବୋର୍ଡ ସମ୍ମୁଖରେ କୋଚ ଦ୍ରାବିଡ଼ ରଖିଥିବା ଦୁଇଟି ସର୍ତ୍ତ ମଧ୍ୟରୁ ଗୋଟିଏ ହେଉଛି ଯେ, ଆମକୁ ସେଠାରେ ଅଧିକ ପ୍ରାକ୍ଟିସ ମ୍ୟାଚ୍‌ ଖେଳିବାକୁ ଦିଆଯାଉ ।

ଆଇସିସି ପକ୍ଷରୁ ପ୍ରାକ୍ଟିସ ମ୍ୟାଚ ଖେଳିବାକୁ ଦିଆଯାଇଛି । କିନ୍ତୁ ଆମ ଟିମ ସେଠାରେ ଆହୁରୀ ପ୍ରାକ୍ଟିସ ମ୍ୟାଚ ଖେଳିବାକୁ ପଡିବ । ସେହିପରି ଆଉ ଗୋଟିଏ ସର୍ତ୍ତ ହେଉଛି କି, ଧାର୍ଯ୍ୟ ସମୟର ଏକ ସପ୍ତାହ ପୂର୍ବରୁ ଟିମକୁ ଅଷ୍ଟ୍ରେଲିଆ ଯିବାକୁ ପଡିବ । ତେବେ ପାଣିପାଗ ସହିତ ଖାପ ଖୁଆଇବା ସହଜ ହେବ ବୋଲି କୋଚ୍‌ କହିଛନ୍ତି । ସେପଟେ କୋଚଙ୍କୁ ଦୁଇଟି ପ୍ରସ୍ତାବ ନେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଆମେ ବୋର୍ଡ ଅନ୍ୟ ଦେଶମାନଙ୍କ ସହିତ କଥା ହେଉଛି । ଯେଉଁ ଦେଶ ଆମେ ସହିତ ପ୍ରାକ୍ଟିସ ମ୍ୟାଚ୍‌ ଖେଳିବାକୁ ରାଜି ହେବ । ସେହି ଦେଶ ସହିତ ଆମେ ସେଠାରେ ପ୍ରାକ୍ଟିସ୍‌? ମ୍ୟାଚ ଖେଳିବୁ । ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୦ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ ।