ଓଭାଲ ମଇଦାନରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ

ନୂଆଦିଲ୍ଲୀ : ଆସନ୍ତାବର୍ଷ କେଉଁଠି ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍‌? ମ୍ୟାଚ । ବୁଧବାର ଏନେଇ ଘୋଷଣା କରିଛି ଆଇସିସି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ୨୦୨୩ର ଫାଇନାଲ ମୁକାବିଲା ଲଣ୍ଡନର ଓଭାଲ ମଇଦାନରେ ଖେଳାଯିବ । ୨୦୨୫ ସଂସ୍କରଣର ଫାଇନାଲ ମ୍ୟାଚ ଐତିହାସିକ ଲର୍ଡ୍ସ ମଇଦାନରେ ଖେଳାଯିବ । ଆଇସିସି କହିଛନ୍ତି, ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲର ଆୟୋଜନ ଓଭାଲରେ କରାଯିବା ନେଇ ଆମେ ଖୁସି ଅଛୁ ।

ପୁଣି ୨୦୨୫ ଫାଇନାଲରେ ଲର୍ଡ୍ସରେ ଖେଳାଯିବ । ଟାଇଟଲ ମୁକାବିଲା ପାଇଁ ଲର୍ଡ୍ସ ପରି ଐତିହାସିକ ମଇଦାନ ଆଉ ହୋଇନପାରେ । ସାଉଥମ୍ପଟନରେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଗତ ବର୍ଷ ଖେଳାଯାଇଥିବା ଫାଇନାଲ ମୁକାବିଲା ରୋମାଞ୍ଚକର ଥିଲା । ତେବେ ୨୦୨୩ ଏବଂ ୨୦୨୫ ଦୁଇ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମୁକାବିଲାର ତାରିଖ ଆଗାମୀ ସମୟରେ କରାଯିବ ।