ବଲିଉଡରେ ଡେବ୍ୟୁ କରିବେ ଅଜୟଙ୍କ ଝିଅ ନ୍ୟାସା

ବଲିଉଡ ସିଙ୍ଗମ ଅଭିନେତା ଅଜୟ ଦେବଗନଙ୍କ ଝିଅ ନ୍ୟାସା ଦେବଗନ୍‌…

ମୁମ୍ବାଇ: ବଲିଉଡ ସିଙ୍ଗମ ଅଭିନେତା ଅଜୟ ଦେବଗନଙ୍କ ଝିଅ ନ୍ୟାସା ଦେବଗନ୍‌ ଖୁବଶୀଘ୍ର ବଲିଉଡକୁ ଡେବ୍ୟୁ କରିବାକୁ ଯାଉଛନ୍ତି । ନ୍ୟାସା ଦେବଗନ ବଲିଉଡରେ ପାଦ ନଦେଇ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି । ହେଲେ ଶୁଣିବାକୁ ମିଳୁଛି ଯେ, ସେ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ ଯେ, ନିକଟରେ ଅଜୟ ଦେବଗନ ତାଙ୍କର ଏକ ଫିଲ୍ମର ପ୍ରମୋସନ ସମୟରେ ସେ ସାକ୍ଷାତକାରରେ ତାଙ୍କ ଝିଅ ବିଷୟରେ ବଡ ସୂଚନା ଦେଇଥିଲେ । ସେ କହିଥିଲେ କି ସେ କେବେ ପିଲାମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିବାକୁ କହିନାହାନ୍ତି । ବରଂ ତାଙ୍କ ପିଲାମାନେ ଯେଉଁଥିରେ ଚାହିଁବେ କାମ କରିବାକୁ ସେ ସବୁଥିରେ ତାଙ୍କୁ ସହଯୋଗ କରିବେ । ନ୍ୟାସା ଦେବଗନ ବର୍ତ୍ତମାନ ସ୍ୱିଜରଲ୍ୟାଣ୍ଡରେ ପାଠ ପଢୁଛନ୍ତି । ସେହିପରି ନ୍ୟାସା ବି-ଟାଉନରେ ଡେବ୍ୟୁ କରୁଛନ୍ତି କି ନାହିଁ ତାହା ଆଗାମୀ ଦିନରେ ହିଁ ଜଣା ପଡିବ ।