ବ୍ରଜରାଜନଗର ଉପ-ନିର୍ବାଚନ: ବିଧାୟକ ପ୍ରାର୍ଥୀ ଘୋଷଣା

Brajrajnagar by-election: Legislative candidate announced

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି । ଅଳକା ମହାନ୍ତିଙ୍କୁ ବିଜୁ ଜନତା ଦଳ ବ୍ରଜରାଜନଗର ନିର୍ବାଚନ ପାଇଁ ପ୍ରାର୍ଥୀ କରିଥିବା ସୂଚନା ଦେଇଛି । ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ପତ୍ନୀଙ୍କ ହେଉଛନ୍ତି ଅଳକା ମହାନ୍ତି । ତେଣୁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଗତକାଲି ବିଜେପି ପକ୍ଷରୁ ମଧ୍ୟ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ବିଜେପି ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରଣୀ ପଣ୍ଡାଙ୍କୁ ଚୟନ କରିଥିବା ବେଳେ ଆଜି ବିଜେଡି ମଧ୍ୟ ସମାନ୍‌ ମହିଳା କାର୍ଡ ଖେଳିଛି । ନିର୍ବାଚନ ରଣନୀତିକୁ ଦୃଷ୍ଟିରେ ରଖି ଉଭୟ ଦଳ ଅର୍ଥାତ୍‌ ବିଜେପି ଓ ବିଜେଡି ମହିଳା କାର୍ଡ ଖେଳିଛନ୍ତି ।  ହେଲେ ଏଯାଏ ବ୍ରଜରାଜନଗର ପାଇଁ କଂଗ୍ରେସ ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ତେବେ କଂଗ୍ରେସ ଜଣେ ଯୁବକଙ୍କୁ ପ୍ରାର୍ଥୀ କରିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।