ଡ୍ରଗ୍ସ ମାମଲାରେ ଆର୍ୟନଙ୍କ ବନ୍ଧୁ ଶ୍ରେୟସ ଗିରଫ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ନାମଞ୍ଜୁର ହେବା ସହ ଅକ୍ଟୋବର ୭ ତାରିଖ ଯାଏ ଏନସିବି ରିମାଣ୍ଡରେ ପଠାଇ ଦିଆଯାଇଛି । ଅନ୍ୟପଟେ ଆର୍ୟନଙ୍କ ଜଣେ ବନ୍ଧୁ ଶ୍ରେୟସ ନାୟରଙ୍କୁ ଗିରଫ କରିଛି ଏନସିବି ।
ସୂଚନାଯୋଗ୍ୟ, ଆର୍ୟନ ଖାନ୍, ଅରବାଜ ମର୍ଚେଣ୍ଟ ଓ ଶ୍ରେୟସ ନାୟର ସ୍କୁଲ ଦିନର ବନ୍ଧୁ । ଶ୍ରେୟସଙ୍କ ନାମ ଆର୍ୟନ ଓ ଅରବାଜଙ୍କ ଚାଟରୁ ସାମ୍ନାକୁ ଆସିଛି ।