ରାମତରା ବେଳାଭୂମିରେ ମୃତ ସାର୍କ

ଜଗତସିଂହପୁର: ରାମତରା ବେଳାଭୂମି ନିକଟରେ ଏକ ବିରାଟ ସାର୍କ ମାଛ କୂଳରେ ଲାଗିଛି । ନିକଟବର୍ତ୍ତୀ ଗାଁର ଲୋକମାନେ ବିରାଟ ସାର୍କ ମାଛକୁ ଦେଖିବାକୁ ଭିଡ଼ ଜମାଇଛନ୍ତି । ମୃତ ସାର୍କର ଲମ୍ବ ପ୍ରାୟ ୨୦ ଫୁଟ ହେବ। ଏହାର ଓଜନ ପ୍ରାୟ ୭ରୁ ୮ କୁଇଣ୍ଟାଲ ହେବ। ବିଳମ୍ବିତ ରାତିରେ ଜଙ୍ଗଲ ବିଭାଗ କର୍ମଚାରୀ ସମୁଦ୍ର ବେଳାଭୂମିରେ ପାଟ୍ରୋଲିଂ କରୁଥିବା ସମୟରେ ମୃତ ମାଛଟିକୁ ସମୁଦ୍ର ବାଲିରେ ଅଧା ପୋତି ହୋଇଥିବା ରହିଥିବା ଦେଖିବାକୁ ପାଇଥିଲେ ।

For more the daily latest updates subscribe www.shaksinews.com  

ତାକୁ ଉଦ୍ଧାର କରାଯାଇ ଦଉଡିରେ ବାନ୍ଧି ରଖାଯାଇଛି । ଜୁଆରରେ ମାଛଟି ସମୁଦ୍ର ଭିତରକୁ କାଳେ ଚାଲିଯିବ, ସେଥିପାଇଁ ମାଛଟିକୁ ଦଉଡିରେ ବାନ୍ଧି ରଖାଯାଇଥିବା କୁଜଙ୍ଗ ବନାଞ୍ଚଳ ରେଞ୍ଜ ଅଫିସର ରଞ୍ଜନ ମିଶ୍ର କହିଛନ୍ତି।