ଖୁବଶୀଘ୍ର ବିପାଶ ମା’ ହେବାକୁ ଯାଉଛନ୍ତି

ବଲିଉଡ ଦମ୍ପତି ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ପିତାମାତା ହେବାକୁ…

ମୁମ୍ବାଇ: ବଲିଉଡ ଦମ୍ପତି ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ପିତାମାତା ହେବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ, ବିବାହର ୬ବର୍ଷ ପରେ ସେମାନେ ପିତାମାତା ହେବାକୁ ଯାଉଛନ୍ତି । କୁହାଯାଉଛି ବିପାଶା-କରଣ ବହୁତ ଉତ୍ସାହିତ ଅଛନ୍ତି । ଏପ୍ରିଲ ୨୦୧୬ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ବିପାଶା ଗର୍ଭବତୀ ଥିବା ନେଇ ଅନେକ ଗୁଜବ ଉଠିଥିଲା । ହେଲେ ଏହାକୁ ସେମାନେ ଅସ୍ୱୀକାର କରିଥିଲେ । କିନ୍ତୁ ବର୍ତ୍ତମାନ ସେମାନେ ତାଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି । ହେଲେ ଏପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ କୌଣସି ଘୋଷଣା କରି ନାହାନ୍ତି ।