ଆଇନ ଜାଲରେ ଫସିଲେ ରାଖୀ!

ଡ୍ରାମା କୁଇନ ରାଖୀ ସାୱନ୍ତଙ୍କୁ ସର୍ବଦା ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ଏବେ ସେ ଆଇନ…

ମୁମ୍ବାଇ: ଡ୍ରାମା କୁଇନ ରାଖୀ ସାୱନ୍ତଙ୍କୁ ସର୍ବଦା ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ଏବେ ସେ ଆଇନ ଜାଲରେ ଫସିଛନ୍ତି । ପୁଲିସ ତାଙ୍କ ନାଁରେ ଚାଲାଣ ମଧ୍ୟ କାଟିଛି । ରାଖୀ ସାୱନ୍ତ ତାଙ୍କ କାରକୁ ରାସ୍ତା ମଝିରେ ରଖିଥିଲେ । ଫଳରେ ତାଙ୍କ ଯୋଗୁଁ ରାସ୍ତା ଜାମ ହୋଇଯାଇଥିଲା । ରାଖୀଙ୍କ ପାଇଁ ସାଧାରଣ ଜନତା ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ରାଖୀ ନିଜ ଗାଡିକୁ ରାସ୍ତା ମଝିରେ ପାର୍କ କରିଦେଉଛନ୍ତି । ଏହି କାରଣରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ରାସ୍ତା ଉପରେ ପଛକୁ ପଛକ ଗାଡି ଅଟକି ରହିଛି । ରାଖୀଙ୍କ ଏଭଳି କାମ ପାଇଁ ପୁଲିସରେ ଅଭିଯୋଗ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏହାପରେ ଟ୍ରାଫିକ ପୁଲିସ ରାସ୍ତା ଜାମ କରିବା ଓ ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ଅଭିଯୋଗରେ ରାଖୀଙ୍କ କାରର ଇ-ଚାଲାଣ କାଟିଛି ।