ଏସଟିଏଫର ଚଢ଼ାଉ: ଜଣେ ଗିରଫ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଡିଲ ଚାଲିଥିବା ବେଳେ ଭବାନୀପାଟଣା ନର୍ଥ ରେଞ୍ଜ ଓ ଏସଟିଏଫର ମିଳିତ ଚଢ଼ାଉଇରେ ଏହି ବାଘଛାଲ ଜବତ ହୋଇଥିବା ସୂଚନା ରହିଛି । ବାଘଛାଲ ଜବତ ହେବା ସହ କଳାହାଣ୍ଡି ଜିଳ୍ଳାର ଗୁନୁପୁର ଗାଁର କ୍ରିଷ୍ଣା ମାଝୀଙ୍କ ପୁଅ ଅଭିଯୁକ୍ତ କେଳାସ ମାଝୀଙ୍କୁ ଗିରଫ କରାଯାଇଛି । ଏହି ଚଢ଼ାଉ ବେଳେ ବାଘଛାଲ ସହ ଅନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଅଭିଯୁକ୍ତଙ୍କୁ ଡିଲ ସମୟରେ ଧରାଯିବା ପରେ ସେ ଆବଶ୍ୟକୀୟ ସଫେଇ ଦେଇନପାରିବାରୁ ତାଙ୍କୁ ଭବାନୀପାଟଣା ନର୍ଥ ଫରେଷ୍ଟ ଡିଭିଜନ ଅଧୀନସ୍ଥ ଜଙ୍ଗଲ ଅଧିକାରୀ ଗିରଫ କରିଛନ୍ତି ।