ଚଳିତ ବର୍ଷର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବର୍ତ୍ତମାନ ବଲିଉଡ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ବହୁତ କଲେକ୍ସନ କରୁଛି । ରିଲିଜ ହେବାର ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରି ଫିଲ୍ମ ଅନେକ ରେକର୍ଡ ସୃଷ୍ଟି କରିଛି । ଆରମ୍ଭରୁ ହିନ୍ଦୀ ଚଳଚ୍ଚିତ୍ର ପାଇଁ ଏହି ବର୍ଷ ବିଶେଷ କିଛି ଭଲ ହୋଇନାହିଁ । ବହୁ ବଡ ଅଭିନେତାଙ୍କ ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ ପ୍ରମାଣିତ ହୋଇଥିଲା ।

ହେଲେ ରଣବୀର- ଆଲିଆଙ୍କ ଏହି ଚଳଚ୍ଚ଼ିତ୍ର ବଲିଉଡର ବୁଡ଼ି ଯାଉଥିବା ଡଙ୍ଗାକୁ ଉଠାଇଦେଇଛି । ଏହି ଫିଲ୍ମ ପ୍ରତିଦିନ ଚମକପ୍ରଦ ଆକଳନରେ କଲେକସନ କରୁଛି । ୪୧୦ କୋଟିର ବଜେଟ ସହିତ ନିର୍ମିତ ଏହି ଚଳଚ୍ଚିତ୍ର ଆଜି ପର୍ଯ୍ୟନ୍ତ ବଲିଉଡର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ହୋଇପାରିଛି । ଏହି ଚଳଚ୍‌ଚିତ୍ରଟି ୧୦ ଦିନ ମଧ୍ୟରେ ସାରା ଦେଶରେ ୨୧୫ .୫୦ କୋଟି ସଂଗ୍ରହ କରିଛି । ୱାର୍ଲ ୱାଇଡ କଲେକସନ ଦୃଷ୍ଟିରୁ ୩୦୦ କୋଟି ଅତିକ୍ରମ କରି ଏହା ବର୍ଷର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚ଼ିତ୍ର ହୋଇପାରିଛି ।