ବ୍ରହ୍ମାସ୍ତ୍ର-୨ରେ ରଣବୀରଙ୍କ ସହ ନଜର ଆସିବେ ଦୀପିକା

ହି ବର୍ଷ କେବଳ ଏହାର ପ୍ରଥମ ଭାଗ ରିଲିଜ୍ ହୋଇଛି…

ମୁମ୍ୱାଇ : ରିଲିଜ ଅପେକ୍ଷାରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବ୍ରହ୍ମାସ୍ତ୍ର । ଏହା ପୂର୍ବରୁ ଦର୍ଶକଙ୍କ ମଧ୍ୟରେ ଏହାର କ୍ରେଜ୍ ଦେଖିବାକୁ ମିଳିଲାଣି । ଏହି ଫିଲ୍ମ ୯ ସେପ୍ଟେମ୍ବରରେ ରିଲିଜ ହେବାକୁ ଯାଉଛି । ରିଲିଜ ପୂର୍ବରୁ ଟ୍ରେଲରଟି ଖୁବ୍ ଜବରଦସ୍ତ ରେସପଣ୍ଡ ମିଳିଛି । ଏହି ଚଳଚ୍ଚିତ୍ରଟି ୩ ଭାଗରେ ମୁକ୍ତିଲାଭ କରିବ । ଏହି ବର୍ଷ କେବଳ ଏହାର ପ୍ରଥମ ଭାଗ ରିଲିଜ୍ ହୋଇଛି । ଯେଉଁଥିରେ ରଣବୀର କପୁର ଶିବ ଭୂମିକାରେ ନଜର ଆସିବେ ଏବଂ ଆଲିଆ ଭଟ୍ଟ ଇଶାଙ୍କ ଭୂମିକାରେ ନଜର ଆସିବେ । ତେବେ ଆଗମୀ ଭାଗରେ ଅର୍ଥାତ ବ୍ରହ୍ମାସ୍ତ୍ର-୨ରେ ଦୀପିକା ପାଦୁକୋନ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ହେଉଛି ।