ଓଭର ବ୍ରିଜ ଉପରୁ ଡେଇଁ ପ୍ରେମ ପାଇଁ ଜୀବନ ହରାଇଲେ ପ୍ରେମିକ

ଅନିଲ ପାତ୍ର ୫୨୦ ନମ୍ବର ଜାତୀୟ ରାଜପଥ ବିଳେଇପଦା ଓଭର ବ୍ରିଜ ଉପରୁ ହଠାତ ତଳକୁ ଡେଇଁ ପଡ଼ିଥିଲେ…

କେନ୍ଦୁଝର: ପ୍ରେମ ପାଇଁ ଜୀବନ ହରାଇଲେ ପ୍ରେମିକ। କେନ୍ଦୁଝର ଜିଲ୍ଲା ବିଳେଇପଦା ଓଭର ବ୍ରିଜ ଉପରୁ ଡେଇଁ ଯୁବକ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ବିଳେଇପଦା ଓଭର ବିଜ ନିକଟରେ।ଯୋଡ଼ା ବ୍ଲକ ଭଦ୍ରାସାହି ପଞ୍ଚାୟତ ଝାଡ଼ଗାଁ ଅଞ୍ଚଳର ଅନିଲ ପାତ୍ର ବୋଲି ଜଣାପଡିଛି।ଯୋଡ଼ା ପୋଲିସ ମୃତ୍ୟୁ ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ତଦନ୍ତ ଆରମ୍ଭ କରିଛି।

ଅନିଲ ପାତ୍ର ୫୨୦ ନମ୍ବର ଜାତୀୟ ରାଜପଥ ବିଳେଇପଦା ଓଭର ବ୍ରିଜ ଉପରୁ ହଠାତ ତଳକୁ ଡେଇଁ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଅନୀଲ ପାତ୍ର କୁ ଉଦ୍ଧାର କରି ନିକଟସ୍ଥ ବାସୁଦେବପୁର ମେଡ଼ିକାଲ ରେ ଭର୍ତ୍ତି କରିଥିଲେ ଅଗ୍ନିଶମ ବିଭାଗ ବାହିନୀ।

ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପ୍ରେମ ପ୍ରସଙ୍ଗ ରୁ ଅନିଲ ପାତ୍ର ଏଭଳି କରିଥିବା ତାଙ୍କ ବଡ଼ଭାଇ ଧୀରେନ୍ଦ୍ର ପାତ୍ର କହିଛନ୍ତି। କେନ୍ଦୁଝର ରୁ ସୀତାରାମ ଦୀକ୍ଷିତ ରିପୋର୍ଟ ShaksiNews..