ସୁଟିଂ ସେଟରେ ଆହାତ ହେଲେ ଦେଶୀ ଗର୍ଲ

ମୁମ୍ବାଇ : ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କର ପ୍ରଥମ ୱେବ୍‌ ସିରିଜ ସୁଟିଂ ଲଣ୍ଡନରେ କରୁଛନ୍ତି । ସେ ତାଙ୍କ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରୁଥାନ୍ତି । କିନ୍ତୁ ସେହି ସୁଟିଂ ସମୟରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯାହାକୁ ଦେଖି ଫ୍ୟାନ୍ସମାନଙ୍କର ହୋସ୍‌ ଉଡିଯାଇଛି । ସୂଚନା ଅନୁଯାୟୀ ପ୍ରିୟଙ୍କା ତାଙ୍କ ଇନଷ୍ଟାରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ମୁଣ୍ଡ ଫାଟି ଆଘାତ ଲାଗିଛି । କେବଳ ସେତିକି ନୁହେଁ ତାଙ୍କ ମୁଣ୍ଡରୁ ରକ୍ତ ବୋହି ଯାଉଛି । ପ୍ରିୟଙ୍କାଙ୍କ ଏଭଳି ରକ୍ତାକ୍ତ ଅବସ୍ଥାରେ ଥିବା ଏକ ଫଟୋ ସାମ୍ନାକୁ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ସୁଟିଂ ବେଳେ ତାଙ୍କୁ ଆଘାତ ଲାଗିଛି । ଏକ ସିନ୍‌ର ସୁଟିଂ ବେଳେ ତାଙ୍କ ମୁଣ୍ଡ ଏବଂ ଆଖି ଉପରକୁ ମାଡ ବାଜିଛି । ଏନେଇ ସେ ଏହି ଫଟୋକୁ ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।