ମହଙ୍ଗା ଜିନିଷକୁ ନେଇ ଚର୍ଚ୍ଚାରେ ନୋରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୋରା ଫତେହି ନିଜର ହଟେଷ୍ଟ ଫିଗର୍‌ ପାଇଁ ଜଣାଶୁଣା । ନିକଟରେ ନୋରା ଏକ ମହଙ୍ଗା ହଳଦିଆ ପର୍ସ ସହିତ ନଜର ଆସିଛନ୍ତି ଯାହାର ମୂଲ୍ୟ ଆପଣଙ୍କ ହୋସ୍‌ ଉଡାଇଦେବ । ଯେତେବେଳେ ନୋରା କାନାଡାରୁ ଫେରୁଥିଲେ, ଏହି ପର୍ସ ସହିତ ତାଙ୍କୁ ଦେଖିବାକୁ ମିଳିଥିଲା । ବିମାନ ବନ୍ଦରରେ ସେ ସ୍କିନ୍‌ ଫିଟ୍‌ ଲାଟେକ୍ସ ପ୍ୟାଣ୍ଟ ଏବଂ ଏକ କଳା ଟପ୍‌ ପିନ୍ଧିବା ସହିତ ହଳଦିଆ ପର୍ସ ଧରିଥିଲେ । ନୋରାଙ୍କ ଏହି ପର୍ସ ବିଷୟରେ କହିବାକୁ ଗଲେ, ଏହା ଲେଦର ଅଟେ । ଏହି ହଳଦିଆ ଲେଦର୍‌ ବ୍ୟାଗ ଫେଣ୍ଡିରୁ ଆସିଛି । ଫେଣ୍ଡି ୱେବସାଇଟ୍‌ ଅନୁଯାୟୀ ବ୍ୟାଗର ମୂଲ୍ୟ ୩,୯୮୦ ଡଲାର ବା ୨.୯ ଲକ୍ଷ ଟଙ୍କା । ଏହା ବ୍ୟତୀତ ନୋରା ମଧ୍ୟ ମହାମାରୀ ହେତୁ ଏକ କଳା ରଙ୍ଗର ମାସ୍କ ପିନ୍ଧିଥିଲେ, ଯାହା ଏକ ମହଙ୍ଗା ମାସ୍କ । ଲୁଇ ଭ୍ୟୁଟନ୍‌ ମୋନୋଗ୍ରାମ୍‌ର ଏହି ମାସ୍କର ମୂଲ୍ୟ ପ୍ରାୟ ୨୬,୦୦୦ ଟଙ୍କା ।