ଫ୍ଲପ ପରେ ବି ନିଜର ଫିସ ବଢ଼ାଇଲେ ସାହିଦ

ବର୍ତ୍ତମାନ ସେ ତାଙ୍କର ଫିଲ୍ମ ପାଇଁ ପ୍ରାୟ ୪୦ କୋଟି ଟଙ୍କା ଚାର୍ଜ କରିଛନ୍ତି…

ମୁମ୍ବାଇ: ବଲିଉଡର ଅଭିନେତା ଶାହିଦ କପୁର ନିକଟରେ ତାଙ୍କ ଫିଲ୍ମ ‘ଜର୍ସି’ ରିଲିଜ ହୋଇଥିଲା । ତେବେ ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିନଥିଲା । ତେବେ ଏହି ଫିଲ୍ମ ଫ୍ଲପର ପ୍ରଭାବ ଶାହିଦ କପୁରଙ୍କ ଉପରେ ଜମାରୁ ବି ପଡିନି । ଫିଲ୍ମ ଫ୍ଲପ ହୋଇଥିଲେ ମଧ୍ୟ ସେ ନିଜ ଫିସ ବଢ଼ାଇ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ ଶାହିଦ କପୁର ତାଙ୍କ ଫିସ ୫ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ବଡ କଥା ହେଉଛି ‘ଜର୍ସି’ ଫ୍ଲପ ହେବା ପରେ ଶାହିଦ କପୁର ଏହି ଫିସ ବୃଦ୍ଧି କରିଛନ୍ତି । ଏହି ଫିଲ୍ମଟି ମୋଟ ୨୧ କୋଟି କଲେକସନ କରିଥିଲା । ଫିଲ୍ମଟି ଓଟିଟିରେ ରିଲିଜ ହେବା ପରେ ଦର୍ଶକଙ୍କ ଠାରୁ ଭଲ ରିଭ୍ୟୁ ପାଇଥିଲା । କହିବାକୁ ଗଲେ ଶାହିଦ ଜର୍ସି ଫିଲ୍ମ ପାଇଁ ୩୫ କୋଟି ଟଙ୍କା ନେଇଥିଲେ । ବର୍ତ୍ତମାନ ସେ ତାଙ୍କର ଫିଲ୍ମ ପାଇଁ ପ୍ରାୟ ୪୦ କୋଟି ଟଙ୍କା ଚାର୍ଜ କରିଛନ୍ତି ।