ବିଜେପି ପୂର୍ବରୁ ଦ୍ରୌପଦୀଙ୍କ କଥା କହିଥିଲେ ଆମେ ବି ରାଜି ହୋଇଥାନ୍ତୁ: ମମତା

ଆମ ମନରେ ଆଦିବାସୀ ସମୁଦାୟର ଲୋକଙ୍କ ପ୍ରତି ବେଶ୍‌ ସମ୍ମାନ ରହିଛି…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ମମତା କହିଛନ୍ତିି ଯେ, ଏନଡିଏ ତରଫରୁ ଯଦି ପ୍ରଥମରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ନେଇ ଆମକୁ କୁହାଯାଇଥାନ୍ତା ତେବେ ସର୍ବସମ୍ମତିକ୍ରମେ ତାଙ୍କୁ ଚୟନ କରିଥାନ୍ତୁ । ବିଜେପି ଆମ ପାଖରୁ ମତାମତ ନେଇଥିଲେ ମଧ୍ୟ ନିଜ ପ୍ରାର୍ଥୀ ସମ୍ବନ୍ଧରେ କିଛି କହିନଥିଲା । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଦିବାସୀ ମହିଳା କିମ୍ବା ପଛୁଆ ବର୍ଗର କୌଣସି ବ୍ୟକ୍ତିକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା କଥା ଯଦି ଆମେ ଜାଣିଥାନ୍ତୁ ତେବେ ଆମେ ବି ବିଚାର କରିଥାନ୍ତୁ । ଆମ ମନରେ ଆଦିବାସୀ ସମୁଦାୟର ଲୋକଙ୍କ ପ୍ରତି ବେଶ୍‌ ସମ୍ମାନ ରହିଛି ।