ଅଭିନେତ୍ରୀ ନ ହୋଇଥିଲେ ଡାକ୍ତର ହୋଇଥାନ୍ତି: ପଲ୍ଲଭି

ତେଲୁଗୁ ଅଭିନେତ୍ରୀ ସାଇ ପାଲ୍ଲଭି କମ ବୟସରୁ ଅଭିନୟରେ ସେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର…

ମୁମ୍ବାଇ : ତେଲୁଗୁ ଅଭିନେତ୍ରୀ ସାଇ ପାଲ୍ଲଭି କମ ବୟସରୁ ଅଭିନୟରେ ସେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଛାଡିପାରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ । ୨୦୧୫ରେ ମାଲାୟାଲମ ଫିଲ୍ମରେ ସେ ଡେବ୍ୟୁ କରିଥିଲେ । ସାଇଙ୍କୁ ବିୟୁଟି ୱିଥ ବ୍ରେନ ବୋଲି କୁହାଯାଏ । ତାଙ୍କ ପାଖରେ ରହିଛି ଡାକ୍ତରୀ ଡିଗ୍ରୀ ସାଇ ପାଲ୍ଲଭି କେବେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ । ଅଭିନେତ୍ରୀ ନହୋଇ ଜଣେ ଡାକ୍ତର ହେବାକୁ ଚାହୁଁଥିଲେ ସେ । ପାଖରେ ରହିଛି ଡାକ୍ତରୀ ଡିଗ୍ରୀ । ସାଇ ଜଣେ ହୃଦରୋଗ ବିଶେଷଜ୍ଞ ଭାବେ ଶିକ୍ଷା ଲାଭ କରିଛନ୍ତି । ୨୦୧୪ ମସିହାରେ ସେ ଡାକ୍ତରୀ ପଢୁଥିବା ବେଳେ ତାଙ୍କୁ ପ୍ରେମମ ପିଲ୍ମର ଅଫର ଆସିଥିଲା । ପ୍ରଥମେ ଏହି ଫିଲ୍ମ କରିବାକୁ କୁଣ୍ଠାବୋଧ କରୁଥିଲେ ସାଇ ।

ଅନେକ ବୁଝାସୁଝା ପରେ ସେ ଏଥିରେ ଅଭିନୟ ପାଇଁ ରାଜି ହୋଇଗଲେ । କେବେଳ ଏହି ଗୋଟିଏ ଫିଲ୍ମ କରିବାର ନିଷ୍ପତ୍ତି ନେଇଥିବା ସାଇଙ୍କୁ ପ୍ରଥମ ଫିଲ୍ମରୁ ଏତେ ସଫଳତା ମିଳିଥିଲା ଯେ ତାଙ୍କୁ ଏହାପରେ ଗୋଟେ ପରେ ଗୋଟେ ଫିଲ୍ମର ଅଫର ମିଳିଚାଲିଲା ।