ଜ୍ଞାନବାପି ମସଜିଦ ମାମଲାରେ ମୁହଁ ଖୋଲିଲେ କଙ୍ଗାନ

Kangan opened his mouth in the case of the Gyanbapi Mosque

ମୁମ୍ବାଇ : ଜ୍ଞାନବାପି ମସଜିଦ ବିବାଦରେ ଅଭିନେତ୍ରୀ କଙ୍ଗନା ରାଣାୱତ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ସେଠାରେ ଭଗବାନ ଶିବ ଅଛନ୍ତି । ବର୍ତ୍ତମାନ କଙ୍ଗନାଙ୍କ ଫିଲ୍ମ ‘ଧକ୍କଡ’ ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ବାରଣାସୀର ବିଶ୍ୱନାଥ ମନ୍ଦିରରେ ପ୍ରାର୍ଥନା କରି ତାଙ୍କ ଚଳଚ୍ଚିତ୍ରର ସଫଳତା ପାଇଁ ଆଶୀର୍ବାଦ ଲୋଡିଥିଲେ । ଏହି ଗସ୍ତବେଳେ ଜ୍ଞାନବାପି ମସଜିଦ ଉପରେ ତାଙ୍କୁ ସାମ୍ବାଦିକମାନେ କିଛି ପ୍ରଶ୍ନ କରିଥିଲେ ।

ସେହିପରି ଅଭିନେତ୍ରୀ କଙ୍ଗନା କହିଛନ୍ତି ଅଯୋଧ୍ୟା ହେଉ ବା କାଶୀ ପ୍ରତ୍ୟେକ ପବିତ୍ର ସହରରେ ଭଗବାନ ରହିଥିବା ସେ ବିଶ୍ୱାସ କରନ୍ତି । ଜ୍ଞାନବାପୀରୁ ଶିବଲିଙ୍ଗ ମିଳିଛି ଏବଂ ସେଠାରେ ଶିବ ହିଁ ଅଛନ୍ତି ।