ଶ୍ରୀଲଙ୍କାରୁ ହଟିଲା ଜରୁରୀକାଳିନ ପରିସ୍ଥିତି

The state of emergency has been lifted from Sri Lanka..

ନୂଆଦିଲ୍ଲୀ: ଆର୍ଥିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରୁ ହଟିଛି ଏମରଜେନ୍ସି । ଏନେଇ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶରୁ ଏମରଜେନ୍ସି ହଟାଇବାକୁ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ଦେଶରେ ସରକାର ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ପରେ ରାଷ୍ଟ୍ରପତି ଗୋଟବାୟା ମେ ୬ ମଧ୍ୟରାତ୍ରୀରୁ ଦେଶରେ ଜରୁରୀକାଳୀନ ଲାଗୁ କରିବାକୁ ଘୋଷଣା କରିଥିଲେ । ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ କୁହାଯାଇଛି ଶୁକ୍ରବାର ମଧ୍ୟରାତ୍ରୀରୁ ଦେଶରୁ ଜରୁରୀକାଳୀନ ଫେରାଇ ନିଆଯାଇଛି । ଦେଶରେ ଆଇନ ବ୍ୟବସ୍ଥା ସ୍ଥିତି ସୁଧାରିବା ପାଇଁ ପଦକ୍ଷେପ ନିଆଯାଉଛି ।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ଦେଖା ଦେଇଥିବା ଆର୍ଥିକ ସଂକଟ ପାଇଁ ରାଜପକ୍ଷେ ପରିବାର ଦୋଷୀ ଥିବା ଏଠାକର ଲୋକେ ଭାବୁଛନ୍ତି । ଏହି କାରଣରୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଦେଶର ଜନାତା ରାସ୍ତାକୁ ଓହ୍ଲାଇବା ସହ ହିଂସା ଘଟାଇଥିଲେ । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଗୋଟବାୟା ରାଜପକ୍ଷେ ଦେଶରେ ଏମରଜେନ୍ସି ଲାଗୁ କରିବା ପାଇଁ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ଦଶରେ ସରକାର ସମର୍ଥକ ଏବଂ ସରକାର ବିରୋଧୀ ପ୍ରଦର୍ଶନକାରୀ ମଧ୍ୟରେ ସଂଘର୍ଷରେ ୯ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହାତ ମଧ୍ୟ ହୋଇଥିଲେ ।